ହିନ୍ଦୀ ସାହିତ୍ୟିକ ବଳରାମଙ୍କୁ ସମିତି ଶତାବ୍ଦୀ ସମ୍ମାନ

ଭୁବନେଶ୍ବର: ‘ମଧ୍ୟପ୍ରଦେଶ ହିନ୍ଦୀ ସାହିତ୍ୟ ସମିତି’ ପକ୍ଷରୁ ୨୦୧୮ ବର୍ଷ ପାଇଁ ବିଶିଷ୍ଟ ହିନ୍ଦୀ କଥାକାର ବଳରାମ ‘ସମିତି ଶତାବ୍ଦୀ ସମ୍ମାନ’ ପାଇଁ ମନୋନୀତ ହୋଇଛନ୍ତି। ସମିତି ପକ୍ଷରୁ ପ୍ରତିବର୍ଷ ହିନ୍ଦୀ ସାହିତ୍ୟର ଦୁଇଜଣ ଲେଖକଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ସାହିତ୍ୟିକ ଅବଦାନ ପାଇଁ ଏହି ସମ୍ମାନ ନିମନ୍ତେ ଚୟନ କରାଯାଇଥାଏ। ୨୦୧୦ ମସିହାରୁ ଏହି ପୁରସ୍କାର ଦିଆଯାଉଛି। ହିନ୍ଦୀ ସାହିତ୍ୟ କ୍ଷେତ୍ରରେ ବଳରାମ ଏକ ସୁପରିଚିତ ନାମ ଏବ˚ ତାଙ୍କର ବହୁ ପୁସ୍ତକ ପାଠକୀୟ ଆଦୃତି ଲାଭ କରିଛି। ପୂର୍ବରୁ ସେ ‘ସାରିକା’ ଓ ‘ନବଭାରତ ଟାଇମ୍‌ସ୍‌’ର ସହ ସମ୍ପାଦକ ଭାବେ ସେ ଦାୟିତ୍ବ ନିର୍ବାହ କରିଥବା ବେଳେ ବର୍ତ୍ତମାନ ସେ ରାଷ୍ଟ୍ରୀୟ ସମାଚାର ପତ୍ରିକା ‘ଲୋକାୟତ୍‌’ର ସମ୍ପାଦକ ପଦରେ ଅବସ୍ଥାପିତ ଅଛନ୍ତି। ପୁରସ୍କାର ସ୍ବରୂପ ତାଙ୍କୁ ଏକ ଲକ୍ଷ ଟଙ୍କା, ଅଙ୍ଗବସ୍ତ୍ର ଓ ଉପଢେ଼ୗକନ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର