୨୮ରେ ନାଟ୍ୟ ଚେତନାର ନାଟକ ‘ନୂଆ’

ଭୁବନେଶ୍ବର: ଆସନ୍ତା ୨୮ ତାରିଖ ରବିବାର ସଂଧ୍ୟା ୭ଟାରେ ଆଇସିସିଆର୍‌ ସହଯୋଗରେ ନାଟ୍ୟ ଚେତନାର ନାଟକ ‘ନୂଆ’ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ। ଏହି ନାଟକକୁ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ରଚନା କରିଥିବା ବେଳେ ବିଶିଷ୍ଟ ନିର୍ଦେଶକ ସୁବୋଧ ପଟ୍ଟନାୟକ ନିର୍ଦେଶନା ଦେଇଛନ୍ତି। ନାଲିଫିତାର କାରସାଦି ଭିତରେ ଦରିଦ୍ର ଆଦିବାସୀ କିଭଳି ଶୋଷିତ ହେଉଛନ୍ତି, ତାହାର ମାର୍ମିକ ଚିତ୍ର ଏହି ନାଟକରେ ଫୁଟି ଉଠିଛି। ଏହି ନାଟକଟିକୁ ବହୁ ସଂଖ୍ୟାରେ ଦର୍ଶକମାନେ ଆସି ଉପଭୋଗ କରିବା ଲାଗି ନାଟ୍ୟ ଚେତନା ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର