୧୦ ଜଣ ପାଇବେ କଳିଙ୍ଗ ପ୍ରତିଭା ସମ୍ମାନ

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ଓ ଶିକ୍ଷାବିତ୍‌ ହାଡ଼ିବନ୍ଧୁ ହାଲି ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଆସନ୍ତା ୧୦ ତାରିଖ ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ୧୦ ଜଣଙ୍କୁ କଳିଙ୍ଗ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ସଙ୍ଗଠକ ସୁବାସ ସିଂ, ଆଇନଜୀବୀ ଅସୀମ ଅମିତାଭ ଦାସ, ଶିଳ୍ପୋଦ୍ୟୋଗୀ ସୁରେନ୍ଦ୍ର ବେହେରା, ପୁଲିସ୍‌ ପ୍ରଶାସକ ଅସୀମ କୁମାର ପଣ୍ଡା, ସାମ୍ବାଦିକ ଉମାପଦ ବୋଷ, ବଳରାମ ମହାନ୍ତି, ଶିକ୍ଷାବିତ୍‌ ସୋନାମିକା ରାୟ, ଚିତ୍ରଶିଳ୍ପୀ ସଙ୍ଗୀତା ପଟ୍ଟନାୟକ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଶିଶୁ ଲେଖିକା ତନୟାଦାସ ଗୋସ୍ୱାମୀ ସମ୍ମାନିତ ହେବେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଅତୀତ ଦିନର ଅଭୁଲା ଗୀତରେ’ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିବେ ବୋଲି ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ ହାଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର