୯ ବର୍ଷରୁ କମ୍‌ ରାଜ୍ୟ ଚେସ୍‌: ଭାଗନେଲେ ୧୨୦ ପ୍ରତିଯୋଗୀ

ଭୁବନେଶ୍ବର: ପୂର୍ବତଟ ରେଳବାଇ ପ୍ରତିଷ୍ଠାନରେ ୯ ବର୍ଷରୁ କମ୍‌ ରାଜ୍ୟ ଚେସ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। କଟକ ଜିଲ୍ଲା ଚେସ ସ˚ଘ ଓ ରାଜ୍ୟ ଚେସ୍‌ ସ˚ଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ୧୦ ଜିଲ୍ଲାରୁ ଓପନ ବର୍ଗରେ ୮୩ ଓ ବାଳିକା ବର୍ଗରେ ୩୭ ଜଣ ଅ˚ଶଗ୍ରହଣ କରିଛନ୍ତି। ସେଥିମଧ୍ୟରେ ୧୫ ଜଣ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ଖେଳାଳି ରହିଛନ୍ତି। ଓପନ ବର୍ଗରେ ପୁରୀର ଆୟୁଷ୍ମାନ ମହାନ୍ତି ଓ ବାଳିକାରେ କଟକର ପ୍ରତ୍ୟୁଷା ଜେନା ଶୀର୍ଷ ମାନ୍ୟତା ପାଇଛନ୍ତି। ୧୪ ତାରିଖରେ ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ପ୍ରଥମ ଦିନ ୨ ରାଉଣ୍ତ ଖେଳ ସୁଦ୍ଧା ଓପନ ବର୍ଗରେ ୧୫ ଏବଂ ବାଳିକା ବର୍ଗରେ ୮ ଜଣ ପୂର୍ଣ୍ଣ ପଏଣ୍ଟ ସହ ଆଗୁଆ ଅଛନ୍ତି। ଓପନ୍‌ ବର୍ଗରେ ଆୟୁଷମାନ ମହାନ୍ତି, ସ୍ବସ୍ତିକ ଶୁଭମ୍‌ ପଟ୍ଟନାୟକ, ଆଦିତ୍ୟ ବିକ୍ରମ ମିଶ୍ର, ସାଇ ଅମ୍ରିତ ପରିଜା, ସାଇ ଶକ୍ତି ପଣ୍ତା, ଶିୟମ ସତ୍ୟା˚ଶ, ସିଦ୍ଧାର୍ଥ ମିଶ୍ର, ତନିଶ ମୋଦି, ପ୍ରତ୍ୟୁଷ ନାୟକ, ଶ୍ରୀୟା˚ଶ ଦେ, ଆୟୁଷ ଆର୍ଯ୍ୟାନ ମହାପାତ୍ର, ତନ୍ମୟ ତାଲିନ ବେହେରା, ଆର୍ଯ୍ୟନ ବେହେରା, ଆୟୁଷ କୁମାର ପାଲ, ଶ୍ରେଷ ର˚ଜନ ସାହୁ ୨ ପଏଣ୍ଟ ଲେଖାଏଁ ପାଇଛନ୍ତି। ବାଳିକା ବର୍ଗରେ ସାନିଧ୍ୟ ସ୍ବାଇଁ, ଶ୍ରଦ୍ଧା ସ୍ମରଣିକା ନନ୍ଦ, ସୃତି ସ୍ନେହୀ, ଶ୍ରଦ୍ଧା ମିଶ୍ର, ଆୟୁଷି ଦାସ, ସାଇ ସମ୍ପ୍ରଦା ମହାନ୍ତି, ଶୁଭଶ୍ରୀ ରାଉତ, ଜ୍ୟୋତିକା ସାହୁ ପୂର୍ଣ୍ଣ ପଏଣ୍ଟ ପାଇଛନ୍ତି। ରାଜେନ୍ଦ୍ର କୁମାର ସେଠୀଙ୍କ ତତ୍ତ୍ବାବଧାନରେ ଆନ୍ତର୍ଜାତିକ ଆର୍ବିଟର ତାପସ ମହାନ୍ତି ଓ ନିହାର ର˚ଜନ ସାସମଲ ଖେଳ ପରିଚାଳନା କରୁଛନ୍ତି। ପୂର୍ବତଟ ରେଳବାଇ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଡାକ୍ତର ସେକ୍‌ ରହେମତୁଲ୍ଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ଚେସ ସ˚ଘ ସଭାପତି ବିବେକ ତିବରଵାଲ, ସ˚ପାଦକ ର˚ଜନ ମହାନ୍ତି, ଉପ ସଭାପତି ସନ୍ତୋଷ କୁମାର ପୃଷ୍ଟି, ଫନିନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର