ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବିପୁଳ ଉତ୍ସାହ: ୧୩ କେନ୍ଦ୍ରରେ ୫୫୭୨ ପ୍ରତିଯୋଗୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ୬ଟି ଜୋନ୍‌ର ୧୩ଟି ପରୀକ୍ଷା କେନ୍ଦ୍ରରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା-୨୦୧୮ ଅନୁଷ୍ଠିତ ହୋଇଯାଇଛି। ଏହି ନିଆରା ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାକ ପୂର୍ବରୁ ରାଜଧାନୀରେ ହୋଇଥିବା ୧୩ଟି ଯାକ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ପ୍ରତିଯୋଗୀ, ଅଭିଭାବକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନ ଉତ୍ସାହ ଓ ଅଭିଭାବକଙ୍କ ମଧ୍ୟରେ ଥିବା ଉତ୍କଣ୍ଠା ପରୀକ୍ଷା କେନ୍ଦ୍ର ବାହାରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଆଜି ୧୩ଟି ଯାକ ପରୀକ୍ଷା କେନ୍ଦ୍ରରେ ରାଜଧାନୀର ୨୦୦ରୁ ଅଧିକ ସ୍କୁଲର ମୋଟ ୫୫୭୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସକାଳ ୮ଟା ୩୦ ପରଠାରୁ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ଦଳ ଦଳ ହୋଇ ଆସିଥିଲେ। ସକାଳ ୯ଟା ୩୦ରେ ଚିତ୍ରାଙ୍କନ ପାଇଁ ଥିବା ବିଷୟ ବସ୍ତୁ ଦିଆଯାଇଥିଲା। ଅଭିଭାବକମାନେ ବିଷୟ ବସ୍ତୁ ପାଇବା ପରେ ପିଲାଙ୍କୁ କିଛି କ୍ଷଣରେ ପ୍ରସ୍ତୁତ କରିବାକୁ ସବୁ ପ୍ରକାର ଉଦ୍ୟମ ଲଗାଇଥିଲେ। ଏଥର ଚିତ୍ରାଙ୍କନରେ ତିନିଟି ବିଷୟ ରଖାଯାଇଥିଲା। ସେଗୁଡ଼ିକ ହେଲା ‘ପୂର୍ଣ୍ଣ କୁମ୍ଭ’, ‘ଯାତ୍ରୀବାହୀ ବସ୍‌’ ଓ ‘ବିଲେଇ’। ତିନିଟି ବିଷୟରୁ ଛାତ୍ରଛାତ୍ରୀ ଗୋଟିଏ ବିଷୟରେ ଚିତ୍ର ଆଙ୍କିଥିଲେ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ହୋଇଥିଲା।

ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀଙ୍କୁ ୩୦ମିନିଟ ସମୟ ଦିଆଯାଇଥିଲା। ଏହି ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହୋଇଥିଲା। ସେହିପରି ଓଡ଼ିଆ ଭାଷାଜ୍ଞାନ ଓ ପ୍ରବନ୍ଧ ପରୀକ୍ଷା ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିଲା। ୧ ଘଣ୍ଟାର ଏହି ପରୀକ୍ଷାରେ ପିଲାଙ୍କର ଭାଷାଜ୍ଞାନ ଓ ଓଡ଼ିଆ ପ୍ରବନ୍ଧ ପରୀକ୍ଷା ହୋଇଥିଲା। ପରୀକ୍ଷା ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ହୋଇଥିଲା। ରାଜଧାନୀର ୧୩ଟି ଯାକ ଜୋନ୍‌ର ସମସ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଶେଷ ହେବା ପରେ ସଙ୍ଗେ ସଙ୍ଗେ ମୂଲ୍ୟାୟନ କରାଯାଇଥିଲା। ଆଉ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ହିଁ ପୁରସ୍କୃତ କରାଯାଇଥିଲା। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ସମସ୍ତ କେନ୍ଦ୍ରରେ ଅଭିଜ୍ଞ ବିଚାରକ ମଣ୍ଡଳୀ ଉପସ୍ଥିତ ଥିଲେ।

ଚଳିତବର୍ଷ ପରୀକ୍ଷା ପାଇଁ ରସୁଲଗଡ଼ ଜୋନ୍‌ରେ ଝାରପଡ଼ାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ପ୍ରଭୁଜୀ ଇଂଲିସ ମିଡିୟମ୍‌ ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଚନ୍ଦ୍ରଶେଖରପୁର ଜୋନ୍‌ରେ ଡିଏଭି ପବ୍ଲିକ ସ୍କୁଲ, ଚନ୍ଦ୍ରଶେଖରପୁର, ପଟିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ କିସ୍‌ରେ ପରୀକ୍ଷା କେନ୍ଦ୍ର ହୋଇଥିଲା। କେନ୍ଦ୍ରୀୟ ଜୋନ୍‌ରେ କ୍ୟାପିଟାଲ ହାଇସ୍କୁଲ, ଖଣ୍ଡଗିରି ଜୋନ୍‌ ପାଇଁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଖଣ୍ଡଗିରି ଏବଂ ତମାଣ୍ଡୋ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା ଭୁବନେଶ୍ୱର ଜୋନ୍‌ ପାଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଭୀମଟାଙ୍ଗି ଓ ବିଜେଇଏମ୍‌ ସ୍କୁଲ, ସିଆରପି ଜୋନ୍‌ ପାଇଁ ୟୁନିଟ-୮ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆଇଆରସି ଭିଲେଜ ହାଇସ୍କୁଲ ଏବଂ ଜୟଦେବ ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ପରୀକ୍ଷା ପରିଚାଳନାରେ ପରୀକ୍ଷା କେନ୍ଦ୍ର ହୋଇଥିବା ସମସ୍ତ ସ୍କୁଲ ତରଫରୁ ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯାଇଥିଲା। ରାଜ୍ୟସ୍ତରୀୟ ପ୍ରତିଯୋଗିତା ଯେପରି ଠିକ୍‌ ଭାବେ ପରିଚାଳିତ ହେବ ସେଥିପାଇଁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର୍‌ ପଟ୍ଟନାୟକ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ।

ଖଣ୍ଡଗିରି ଜୋନ୍‌ରେ ୧୦୧୩ ପ୍ରତିଯୋଗୀ
‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପରୀକ୍ଷା ଖଣ୍ଡଗିରି ଜୋନ୍‌ର ୨ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଖଣ୍ଡଗିରି କେନ୍ଦ୍ରରେ ୬୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଭାଷାଜ୍ଞାନ ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଘାଟିକିଆର କୀର୍ତିମୟୀ ହୋତା ପ୍ରଥମ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅର୍ପିତା ପଟ୍ଟନାୟକ ଦ୍ୱିତୀୟ, ଟାଇମ୍‌ସ ସ୍କଲାର୍ସ ଗୁରୁକୁଳ, ମଳିପଡ଼ାର ସୁପ୍ରଭା ପ୍ରିୟଦର୍ଶିନୀ ତୃତୀୟ ହୋଇଛନ୍ତି। ଓଡ଼ିଆ ହସ୍ତାକ୍ଷରରେ ଡୁମୁଡୁମା ଗ୍ରାମ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରାଜଲକ୍ଷ୍ମୀ ସିଂହ ପ୍ରଥମ, ଶିଶୁ ବିକାଶ ବିଦ୍ୟାମନ୍ଦିର, ଡୁମୁଡୁମାର ପ୍ରିୟଦର୍ଶିନୀ ବିଶ୍ୱାଳ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଧର୍ମବିହାରର ସ୍ମୃତି ରାଉତରାୟ ତୃତୀୟ ହୋଇଛନ୍ତି। ଚତ୍ରାଙ୍କନ ପ୍ରତିଯୋଗିତାରେ ଡିଏଭି ପବ୍ଲିକ୍‌ ସ୍କୁଲ୍‌ ୟୁନିଟ୍‌ ୮ର କୁମାର ଅରିଜିତ ମିଶ୍ର ପ୍ରଥମ, ଡିଏଭି ପବ୍ଲିକ୍‌ ସ୍କୁଲ୍‌, କଳିଙ୍ଗନଗରର ସାଇ ଅମ୍ରିତାଂଶୁ ଦ୍ୱିତୀୟ ଏବଂ ଡିଏଭି ପବ୍ଲିକ୍‌ ସ୍କୁଲ୍‌, ୟୁନିଟ୍‌-୮ର ଅନନ୍ୟା ରାଉତ ତୃତୀୟ ହୋଇଛନ୍ତ। କିଶୋର ଚନ୍ଦ୍ର ପାଢ଼ୀ, ନୀଳମଣି ଚାନ୍ଦ, ବ୍ରଜକିଶୋର ଜେନା ଏବଂ ଶିବଶଙ୍କର ଦାସ ବିଚାରକ ଭାବେ ଯୋଗ ଦେଇଥିଲେ। ସ୍କୁଲ୍‌ ପରିଚାଳନା କମିଟିର ସହଯୋଗ ସହ ଶିକ୍ଷୟିତ୍ରୀମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତମାଣ୍ଡୋ କେନ୍ଦ୍ରରେ ୪୧୩ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ଓଡ଼ିଆ ଭାଷାଜ୍ଞାନ ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତମାଣ୍ଡୋର ବିଷ୍ଣୁପ୍ରସାଦ ସାହୁ ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସିଜୁଆର ପ୍ରିୟଦର୍ଶିନୀ ସାହୁ ଦ୍ୱିତୀୟ ଏବଂ ପାତ୍ରପଡ଼ା ଉଚ୍ଚ ବିଦ୍ୟାଳୟର ରଶ୍ମିତା ପ୍ରଧାନ ତୃତୀୟ ହୋଇଛନ୍ତି। ଓଡ଼ିଆ ହସ୍ତାକ୍ଷରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତମାଣ୍ଡୋର ତୃପ୍ତିପ୍ରିୟା ରାଣା ପ୍ରଥମ ଓ ବାଦଲ ନାୟକ ଦ୍ୱିତୀୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସିଜୁଆର ଦୀପାଳି ସାହୁ ତୃତୀୟ ହୋଇଛନ୍ତି। ଚିତ୍ରାଙ୍କନରେ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଦେବାଂଶୀ ମହାନ୍ତି ପ୍ରଥମ, ସେଣ୍ଟ୍‌ ଜାଭିୟର, ଖଣ୍ଡଗିରିର ଆର୍ଣ୍ଣଭି ରାଉତ ଦ୍ୱିତୀୟ ଏବଂ ଅନନ୍ୟା ପଲେଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସ୍ନିଗ୍ଧାରାଣୀ ସ୍ୱାଇଁ, ଅଜୟ କୁମାର ସେଠୀ, ଜିତେନ୍ଦ୍ର ଭଂଜ, ଫିର୍‌ଦୌସୀ ତବସୁମ ବିଚାରକ ଦାୟିତ୍ୱ ତୁଲାଇଥିଲେ। ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଈଶ୍ୱର ଚନ୍ଦ୍ର ବଳ ଏବଂ ଅନ୍ୟ ଶିକ୍ଷକ/ ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର