୪ ମାସରେ ହେବ ୧୭ ‌କ‌ମ୍ପୋଷ୍ଟ ପ୍ଲାଣ୍ଟ

ଭୁବନେଶ୍ବର : କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ରାଜଧାନୀରେ ୩୪ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ଯୋଜନା କରିଥିବା ବେଳେ ଆଜି ୧୭ଟି ପ୍ଲାଣ୍ଟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ୧୭ଟି ଯାକ ପ୍ଲାଣ୍ଟ ୪ମାସ ଭିତରେ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବିଏମ୍‌ସି କର୍ତ୍ତୃପକ୍ଷ କମ୍ପୋଷ୍ଟ ପ୍ଲାଣ୍ଟ ପାଇଁ ସାଧାରଣ ପ୍ରଶାସନ ବିଭାଗ, ବିଏମ୍‌ସି, ବିଡିଏ ସମେତ ଜନସ୍ବାସ୍ଥ୍ୟ ବିଭାଗର ଜମିକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ୱାର୍ଡ ୧ ଓ ୨ ପାଇଁ ପ୍ରଶାନ୍ତି ବିହାରରେ, ୱାର୍ଡ-୬ ପାଇଁ ପ୍ରଶାନ୍ତି ବିହାରରେ, ୱାର୍ଡ ୩ ପାଇଁ ପଟିଆରେ, ୱାର୍ଡ ୫ ଓ ୧୦ ପାଇଁ ପଳାସୁଣିରେ, ୱାର୍ଡ ୮ ଓ ୧୩ ପାଇଁ ନୀଳାଦ୍ରିବିହାରରେ, ୱାର୍ଡ ୭ ଓ ୧୪ ପାଇଁ ୱାର୍ଡ ୧୪ର ଈଶାନେଶ୍ବର ମନ୍ଦିର ନିକଟରେ, ୱାର୍ଡ ୧୬ ଓ ୨୦ ପାଇଁ ୱାର୍ଡ ୨୧ରେ ଥିବା ହାତିଆସୁଣି ମନ୍ଦିର ନିକଟରେ, ସେହିପରି ଏହି ଠାରେ ହିଁ ୱାର୍ଡ ୨୧ ଓ ୨୬ ପାଇଁ, ୱାର୍ଡ ୨୨ଓ ୨୪ ପାଇଁ ୱାର୍ଡ ୨୨ରେ ଭରତପୁର ଅଞ୍ଚଳରେ, ୱାର୍ଡ-୨୩ ଓ ୪୯ ପାଇଁ ୱାର୍ଡ-୨୩ର କଳିଙ୍ଗନଗର ‌େକ-୭ରେ, ୱାର୍ଡ ୨୫ ଓ ୨୭ ପାଇଁ ୱାର୍ଡ ୨୫ର ଏନ୍‌-୩ରେ, ଲକ୍ଷ୍ମୀସାଗର ୱାର୍ଡ ୩୨ ଓ ୩୩ପାଇଁ, ୱାର୍ଡ ୬୨ ଓ ୬୩ପାଇଁ ପୋଖରୀପୁଟ ପେଟ୍ରୋଲ ପମ୍ପ ପଛ ପାର୍ଶ୍ବରେ, ୱାର୍ଡ ୬୫ ପାଇଁ ଭଗବାନପୁର ମୌଜାରେ, ୱାର୍ଡ ୬୪ ଓ ୬୬ପାଇଁ କଳିଙ୍ଗନଗର ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ, ସୈନିକ ସ୍କୁଲ ନିକଟ ଟିଟିଏସ୍ ନିକଟ‌େର ବି ଗୋଟିଏ ୫ଟିପିଡିର କମ୍ପୋଷ୍ଟ ପ୍ଲାଣ୍ଟ ହେବ। ଗୋଟିଏ ଲେଖାଏଁ କମ୍ପୋଷ୍ଟ ପ୍ଲାଣ୍ଟ ପାଇଁ ୩୮ଲକ୍ଷରୁ ୫୧ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର