୨ ବାଇକ୍‌ ଧକ୍କା,ଜଣେ ଗୁରୁତର

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଟଙ୍କପାଣି ବ୍ରିଜ୍‌ ନିକଟ‌ରେ ଆଜି ମଧ୍ୟାହ୍ଣରେ ଭୁବନେଶ୍ବରରୁ ବାଳକାଟି ଅଭିମୁଖେ ଆସୁଥିବା ଏକ ବାଇକ୍‌ ଅନ୍ୟ ଏକ ବାଇକ୍‌କୁ ପଛରୁ ଧକ୍କା ଦେବାରୁ ଜଣେ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଗୋଡ଼ ଭାଙ୍ଗି ଯାଇଛି। ରିପୋର୍ଟ ଲେଖା ହେଲା ବେଳକୁ ଆହତ ବାଇକ୍ ଆରୋହୀଙ୍କ ପରିଚୟ ମିଳିପାରିନି। ତେବେ ଧକ୍କା ଦେଇଥିବା ବାଇକ ଚାଳକଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ କହିଛି। ଖବର ପାଇ ଥାନା ପିସିଆର୍‌ ଭ୍ୟାନ୍‌ ଓ ସ୍ଥାନୀୟ ବାସିନ୍ଦାମାନେ ସେଠାରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଡକାଇ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲେ। ବାଳକାଟି ଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିଛି।

ସମ୍ବନ୍ଧିତ ଖବର