ଚନ୍ଦ୍ରଶେଖରପୁର: ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବରୁ ଆଜି ଦୁଇଟି ଗାଈଙ୍କ ଜୀବନ ଯାଇଛି। ଚନ୍ଦ୍ରଶେଖରପୁର ବିଡିଏ କଲୋନି ନୀଳକଣ୍ଠେଶ୍ବର ମନ୍ଦିର ନିକଟରେ ଥିବା ଟ୍ରାନ୍ସଫର୍ମର ମୁକୁଳା ପଡ଼ିଥିବାରୁ ଗାଈ ଦୁଇଟି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପିସିଆର୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ବିଦ୍ୟୁତ୍ ବିଭାଗକୁ ଉକ୍ତ ସ୍ଥାନରେ ବାଡ଼ ଦେବା ପାଇଁ ତାଗିଦ୍ କରିଛି। ଘଟଣା ଅନୁଯାୟୀ ଆଜି ସକାଳେ ଝିପିଝିପି ବର୍ଷା ହେଉଥିବା ବେଳେ ଉକ୍ତ ଟ୍ରାନ୍ସଫର୍ମର ନିକଟରେ ଥିବା ବୁଦା ଭିତରେ ଦୁଇଟି ଗାଈ ଘାସ ଖାଉଥିଲେ। ଗୋଟିଏ ଗାଈ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଛଟପଟ ହୋଇ ତଳେ ଟଳି ପଡ଼ିବା ବେଳେ ଅନ୍ୟ ଗାଈଟି ତା’ ନିକଟକୁ ଆସିଥିଲା। ଫଳରେ ଦୁଇଟି ଗାଈର ଜୀବନ ଚାଲିଯାଇଥିଲା।
ମୁକୁଳା ଟ୍ରାନ୍ସଫର୍ମର୍ ନେଲା ୨ ଗୋରୁଙ୍କ ଜୀବନ
/sambad/media/post_attachments/wp-content/uploads/2019/07/cow.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)