ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ କେଉଁ କଲେଜରେ କେତେ ସଫଳତା

ବିଜେବି ଜୁନିଅର କଲେଜ: ରାଜ୍ୟର ଏହି ପ୍ରମୁଖ କଲେଜରେ ପରୀକ୍ଷା ଦେଇଥିବା ୫୩୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୯୯ ଜଣ ପାସ୍‌ କରିଛନ୍ତି। ୩୫୩ ଜଣ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ ୧୦୯ ଜଣ ଦ୍ୱିତୀୟ, ୩୭ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଛାତ୍ରୀ ସ୍ୱେତାରାଣୀ ସୁତାର ୫୫୦ ନମ୍ବର ରଖିଛନ୍ତି। ବେସିକ୍‌ ସାଇନ୍ସ କଲେଜ: ଏଠାରେ ପାସ୍‌ ହାର ୯୪%ରୁ ଅଧିକ ରହିଛି। ୩୪୬ ଜଣ ପରୀକ୍ଷା ଦେଇଥିବା ବେଳେ ୨୧୮ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୭ ଜଣ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ୭୯ ଜଣ ଦ୍ୱିତୀୟ ଏବଂ ୨୨ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା କଲେଜ ନିର୍ଦେଶକ ବିକାଶ ପଣ୍ଡା ସୂଚନା ଦେଇଛନ୍ତି।

ରମାଦେବୀ ମହିଳା ଜୁନିଅର କଲେଜ: ପରୀକ୍ଷା ଦେଇଥିବା ୪୦୩ ଛାତ୍ରୀଙ୍କ ମଧ୍ୟରୁ ୧୫୩ ଜଣ ପ୍ରଥମ, ୧୪୧ ଜଣ ଦ୍ୱିତୀୟ, ୫୩ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ତେଜସ୍ୱନୀ ଦାଶ ୫୨୮ ନମ୍ବର ରଖି ରାଜ୍ୟର ୨୬ତମ ର‍୍ୟାଙ୍କରେ ଅଛନ୍ତି।

ରାଜଧାନୀ ଜୁନିଅର କଲେଜ: ଏଠାରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୧ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ୧୨୫ ଜଣ ଦ୍ୱିତୀୟ, ୭୬ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସ୍ୱପ୍ନେଶ୍ୱର ବିଶୋଇ ୫୧୬ ମାର୍କ ରଖି ରାଜ୍ୟର ୩୮ତମ ସ୍ଥାନରେ ରହିଛନ୍ତି।

ମହର୍ଷି କଲେଜ ଅଫ୍‌ ନାଚୁରାଲ ଲ’: ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୯୦ ଜଣ ପାସ୍‌ କରିଛନ୍ତି। ୬୭ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ବେଳେ ୧୭୫ ଜଣ ଦ୍ୱିତୀୟ ଓ ୧୫୨ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ଚିନ୍ମୟ ପୋଥାଳ ୫୧୬ ନମ୍ବର ରଖିଛନ୍ତି।

କମଳା ନେହେରୁ ମହିଳା କଲେଜ: ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ ଜଣ ପ୍ରଥମ, ୩୮ ଜଣ ଦ୍ୱିତୀୟ ଓ ୨୩ ଜଣ ୩ୟ ଶ୍ରେଣୀରେ ପାସ୍‌ କରିଛନ୍ତି। ମୌସୁମୀ ଜେନା ୪୫୨ ନମ୍ବର ରଖିଥିବା ଜଣାପଡ଼ିଛି।

ଏକାମ୍ର କଲେଜ: ୪୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୩ ଜଣ ପାସ୍‌ କରିଥିବା ବେଳେ ୧୩ଜଣ ତୃତୀୟ ଶ୍ର୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ସତ୍ୟସାଇ ମହିଳା ମହାବିଦ୍ୟାଳୟ: ଏଠାରେ ୬୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୯.୩୬% ରହିଛି। ୨ଜଣ ପ୍ରଥମ ଶ୍ରେଣୀ, ୧୭ ଜଣ ୨ୟ ଶ୍ରେଣୀ, ୩୧ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି।

ସିଟି ଓମେନ୍ସ କଲେଜ: ପ୍ରଥମ ଶ୍ରେଣୀରେ ୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୯ ଓ ତୃତୀୟ ଶ୍ରେଣୀରେ ୨୨ ଜଣ ପାସ୍‌ କରିଛନ୍ତି। ଅନେ୍ଵଷା ମହାନ୍ତି ୪୩୪ ନମ୍ବର ରଖିଛନ୍ତି।

ବିଜୁପଟ୍ଟନାୟକ କଲେଜ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି: ଜୟଦେବ ବିହାରସ୍ଥିତ ବିଜୁ ପଟ୍ଟନାୟକ କଲେଜ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଭଲ ରେଜଲ୍ଟ ହୋଇଛି। ୨୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ଅଷ୍ଟସମ୍ଭୁ ସାହୁ ୪୫୫ ମାର୍କ ରଖିଛନ୍ତି।

ଦେବରାୟ ଜୁନିୟର କଲେଜ: ଏଠାରେ ପାସ୍‌ହାର ଭଲ ରହିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଜଣ ପ୍ରଥମ, ୧୭ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୩୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୁନିଲ୍‌ କୁମାର ସ୍ୱାଇଁ ୩୮୭ ମାର୍କ ରଖିଛନ୍ତି।

ଜୟଦେବ କଲେଜ୍‌ ଅଫ୍‌ ଏଜୁକେସନ୍‌ ଆଣ୍ଡ ଟେକ୍ନୋଲୋଜି: ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮ ଜଣ ପ୍ରଥମ, ୨୬ ଜଣ ଦ୍ୱିତୀୟ ଓ ୪୭ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି।

‘ବିଶ୍ୱାସ’ଯୁକ୍ତ ଦୁଇ ବିଜ୍ଞାନ କଲେଜ: ବିଶ୍ୱାସ ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ପାସ୍‌ହାର ୯୭% ରହିଛି। କଲେଜର ଆର୍ପଣ୍ୟ ୭୫% ନମ୍ବର ରଖିଥିବା ବେଳେ ରାଜେନ୍ଦ୍ର ୭୩% ମାର୍କ ରଖିଛନ୍ତି। ଏହାବ୍ୟତୀତ କଲେଜ୍‌ର ଅନ୍ୟ ଛାତ୍ରଛାତ୍ରୀ ଭଲ ସଫଳତା ହାସଲ କରିଛନ୍ତି ବୋଲି ଏହାର ଅଧ୍ୟକ୍ଷ ଡ଼. ସୁଶାନ୍ତ ଦାସ ପ୍ରକାଶ କରିଛନ୍ତି।

ଜୁପିଟର ସାଇନ୍‌ସ୍‌ କଲେଜ
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଜୁପିଟର ସାଇନ୍‌ସ୍‌ କଲେଜର ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି। କଲେଜର ଛାତ୍ର ସମ୍ବିତ ଆନନ୍ଦ ଭରଦ୍ୱାଜ ୫୪୦ ମାର୍କ ରଖି ଶ୍ରେଷ୍ଠ ୪୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏଥିସହ କଲେଜର ୧୮ ଜଣ ଛାତ୍ରଛାତ୍ରୀ ୫୦୦ ମାର୍କରୁ ଅଧିକ ନମ୍ବର ରଖିଛନ୍ତି। ଏଠାରେ ପରୀକ୍ଷା ଦେଇଥିବା ୩୫୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ସଫଳତା ପାଇଁ କଲେଜର ଅଧ୍ୟକ୍ଷ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରୟାଲ କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି
ଗତ ୧୩ ବର୍ଷ ପରି ଏ ବର୍ଷ ମଧ୍ୟ +୨ ବିଜ୍ଞାନ ପରୀକ୍ଷାରେ ଏଠାକାର ଛାତ୍ରଛାତ୍ରୀ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି। ପାସ୍‌ହାର ଶତ ପ୍ରତିଶତ ରହିଛି। ୩୧୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୩୫ ଜଣ ପ୍ରଥମ, ୭୦ଜଣ ଦ୍ୱିତୀୟ ଓ ୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣର୍ ହୋଇଛନ୍ତି। ମହାବିଦ୍ୟାଳୟର ଛାତ୍ର ସିଦ୍ଧାନ୍ତ କୁମାର ସାହୁ ୫୭୦ (୯୫ %) ନମ୍ବର ରଖି ରାଜ୍ୟରେ ଟପର୍‌ ହୋଇଛନ୍ତି। ସୁଭ୍ରଦୀପ ମହାପାତ୍ର ୫୪୧(୯୦.୧୭)ନମ୍ବର ରଖିଛନ୍ତି। ୨୮ ଜଣ ୫୦୦ରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ଏହି ସଫଳତା ପାଇଁ କଲେଜର ଚେୟାରମ୍ୟାନ୍‌ ବିଷ୍ଣୁମୋହନ ମହାନ୍ତି ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ମଣ୍ଡଳୀ ଏବଂ ଶୁଭେଚ୍ଛୁମାନଙ୍କୁୁ ଅଭିନନ୍ଦନ ଜଣାଇଛନ୍ତି।

ଯୁକ୍ତ୨ କଲେଜ ହେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଆଉ ଶୁଣିବାକୁ ମିଳିବନି ଯୁକ୍ତ୨ କଲେଜ। ନାମ ପରିବର୍ତନ କରାଯାଇ କଲେଜ ପରିବର୍ତେ ଏଣିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଲି କୁହାଯିବ। ଏନେଇ ଖୁବ୍‌ଶୀଘ୍ର୍ର ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ। ରାଜ୍ୟରେ ଥିବା ସମସ୍ତ ଯୁକ୍ତ୨ କଲେଜ ନାମ ପରିବର୍ତନ କରି ଲେଖିବେ। ଏବେ ଉଚ୍ଚଶିକ୍ଷା ବିଭାଗର ଅଧୀନରେ କାର୍ଯ୍ୟ କରୁଥିବା ଅଧ୍ୟାପକମାନେ ଯୁକ୍ତ୨ କଲେଜରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ଖୁବ୍‌ଶୀଘ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଲାଗି ପିଜିଟି(ପୋଷ୍ଟ ଗ୍ରାଜୁଏଟ୍‌ ଟିଚର) ନିଯୁକ୍ତି ହେବେ। ଧୀରେ ଧୀରେ ଯୁକ୍ତ୨ କଲେଜରେ କାର୍ଯ୍ୟ କରୁଥିବା ଅଧ୍ୟାପକମାନେ ଉଚ୍ଚଶିକ୍ଷା ବିଭାଗକୁ ଫେରିଯିବେ। ଏନେଇ ବିଧିବିଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର