୨୦ଜଣଙ୍କୁ ଓଡ଼ିଶା ଉତ୍କର୍ଷ ସମ୍ମାନ

ଭୁବନେଶ୍ବର : ଓଡ଼ିଆ ମିଡିଆ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ଉତ୍କର୍ଷ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେଇ ଥିଲେ। ଏହି ଅବସରରେ ରାଜ୍ୟପାଳ କହିଲେ, ସମସ୍ତେ ଏବେ ନିଜ ନିଜ ଚିନ୍ତାରେ ବ୍ୟସ୍ତ ଅଛନ୍ତି। ଯୁବପିଢ଼ିଙ୍କଠାରୁ ମହିଳା, ରାଜ୍ୟ ଓ ଦେଶ କିଭଳି ଆଗକୁ ବଢ଼ିବେ ‌ସେଥିପାଇଁ ଉଦ୍ୟମ କରୁଛନ୍ତି। ଅର୍ଥନୈତିକ ଦବ୍‌ଦବା ପାଇଁ ଦେଶ ଦେଶ-ଦେଶ ଭିତିରେ ଲଢ଼େଇ ହେଉଛି। ବିଶିଷ୍ଟ ବୈଜ୍ଞାନିକ ଷ୍ଟିଫେନ୍‌ସ ହକିନ୍‌ସ ଥରେ କହିଥିଲେ ମନୁଷ୍ୟ ବଞ୍ଚିବାକୁ ହେଲେ ଆଉ ଏକ ପୃଥିବୀକୁ ଖୋଜିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ବିଶ୍ବକୁ ବଞ୍ଚାଇବାକୁ ହେଲେ ବୈଜ୍ଞାନିକ ଓ ଦାର୍ଶନିକମାନଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ରାଜ୍ୟପାଳ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୌରହରି ଦାସ ଉପସ୍ଥିତ ଥିଲେ। ଏହି ଅବସରରେ ଦେବଦାସ ଛୋଟରାୟ, ସଂପଦ ମହାପାତ୍ର, ପ୍ରେମ୍ ଆନନ୍ଦ, ମିହିର ଦାସ, ଶରତ ଦାସ, ମାନସ ରଂଜନ ଜେନା, ଜିତେନ୍ଦ୍ର କୁମାର ମହାନ୍ତି, ସଂଗ୍ରାମ ଧର, ସୂର୍ଯ୍ୟ ମହାନ୍ତି, ସଂକର୍ଷଣ ପରିଡ଼ା, ଡା.ଅନିତା ପଣ୍ଡା, ସୁଧୀର ଦାସ, ଅଜୟ ବାହାଦୁର ସିଂ, ଶରତ ଚନ୍ଦ୍ର ଭଦ୍ର, ବିପ୍ଳବ ଜେନା, ମୋନିକା ଦାସ, ମାତୃ ପ୍ରସାଦ ମିଶ୍ର, ରବି ଶତପଥୀ, ସ୍ବାଗତ ରାଉତରାୟ ଓ ଜେଏସ୍‌ପିଏଲ୍‌କୁ ଓଡ଼ିଶା ଉତ୍କର୍ଷ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସ୍ମରଣିକାର ଉନ୍ମୋଚନ କରାଯାଇଥିଲା। ପରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୌରହରି ଦାସଙ୍କ ଉପରେ ପ୍ରସ୍ତୁତ ହୋଇଥିବା ଆତ୍ମଜୀବନୀ ‘ଗୌରହରିଦ ଦାସ୍ତାଁ’ ପ୍ରଦର୍ଶିତ ହୋଇଥିଲା। ଅନନ୍ତ ମହାଦେବନ ଏହାର ନିର୍ଦେଶନା ଦେଇଛନ୍ତି। ପ୍ରାରମ୍ଭରେ ଓଡ଼ିଆ ମିଡିଆର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୂଚିସ୍ମିତା ପୃଷ୍ଟି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର