ବଜାର ଅଞ୍ଚଳରେ ୨୦କି.ମି ଟପିବନି ଭାରୀଯାନ ବେଗ

ଦ୍ରୁତ ଗାଡ଼ି ଚାଳନା ନେଇ ଜାରି ହେଲା ନିର୍ଦେଶନାମା

ଭୁବନେଶ୍ୱର: ଜାତୀୟ ରାଜପଥରେ ହେଉଥିବା ଦୁର୍ଘଟଣାକୁ ନଜରରେ ରଖି ଖୋର୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ଆଜି ନୂଆ ନିର୍ଦେଶନାମା ଜାରି କରାଯାଇଛି। ଉଭୟ ଭାରୀଯାନ ଓ ହାଲ୍‌କା ଗାଡ଼ି ପାଇଁ ଏହି ନିୟମ ଜାରି ହୋଇଛି। ଜାତୀୟ ରାଜପଥ ଦେଇ ଯାଉଥିବା ଭାରୀଯାନ ସର୍ବାଧିକ ୬୫ କି.ମି ବେଗରେ ଓ ବଜାର ଅଞ୍ଚଳରେ ଭାରୀଯାନ ୨୦ କି.ମି ବେଗରେ ଯାତାୟତ କରିପାରିବ। ସେହିପରି ହାଲ୍‌କା ଗାଡ଼ି ସର୍ବାଧିକ ୭୫ କି.ମି ବେଗରେ ଯାତାୟତ କରିବାକୁ ଅନୁମତି ଦିଆଯାଇଥିବା ବେଳେ ବଜାର ଅଞ୍ଚଳରେ ସର୍ବାଧିକ ୩୦ କି.ମି ବେଗରେ ଯାଇପାରିବ। ଜାତୀୟ ରାଜପଥରେ ସର୍ବାଧିକ ଦୁର୍ଘଟଣା ଘଟୁଥିବା ବେଳେ ଏହା ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି। ତେଣୁ ଗାଡ଼ିର ବେଗକୁ ନିୟନ୍ତ୍ରଣ କରିବା ପାଇଁ ନିୟମ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର