ରଜରେ ନନ୍ଦନକାନନରେ ୨୨ ହଜାରରୁ ଊର୍ଧ୍ୱ ପର୍ଯ୍ୟଟକ

ବାରଙ୍ଗ: ଆଜି ପହିଲି ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଖରା ଛାଇର ମିଶ୍ରିତ ପାଗରେ ଆନନ୍ଦ ଉଲ୍ଲାସରେ ପହିଲି ରଜ ପାଳିଥିଲେ ପର୍ଯ୍ୟଟକ। ୧୧୨ ଖୁଆଡ଼ ମଧ୍ୟରେ ୧୫୪ ପ୍ରଜାତିର ୩୦୦୪ ଜୀବଜନ୍ତୁଙ୍କୁ ବୁଲି ଦେଖିବା ସହ ଦୋଳି ଖେଳ ଓ କାଞ୍ଜିଆ ହ୍ରଦରେ ବୋଟିଂର ମଜା ନେଇଥିଲେ। ପହିଲି ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୨୨ ହଜାର ୩୦ ଜଣ ପର୍ଯ୍ୟଟକ ଆସିଥିବା ଟିକେଟ୍‌ ବିକ୍ରିରୁ ଜଣା ପଡ଼ିଛି। ଏ ବାବଦକୁ ୯ ଲକ୍ଷ ୪୪ ହଜାର ୩୧୦ ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଗତ ବର୍ଷ ପହିଲି ରଜରେ ୧୮ ହଜାର ୬୦୯ ଖଣ୍ଡ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ଏ ବାବଦକୁ ରାଜସ୍ୱ ଆଦାୟ ହୋଇଥିଲା ୬ଲକ୍ଷ ୪୫ ହଜାର ୧୧୦ ଟଙ୍କା। ସେହିଭଳି ଚଳିତ ବର୍ଷ ପହିଲି ରଜରେ ରାଜ୍ୟ ଉଦ୍ଭିଦ ଉଦ୍ୟାନର ୧୨୦୬ ଖଣ୍ଡ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ରାଜସ୍ୱ ଆଦାୟ ହୋଇଛି ୪୧ ହଜାର ୧୮୦ଟଙ୍କା। ଗତ ବର୍ଷ ପହିଲି ରଜରେ ଏଠାରେ ୧୨୪୩ ଖଣ୍ଡ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ରାଜସ୍ୱ ଆଦାୟ ହୋଇଥିଲା ୪୨ ହଜାର ୫୧୦ ଟଙ୍କା।

ସମ୍ବନ୍ଧିତ ଖବର