୨୫ରେ କିଚେନ୍‌ ଗାର୍ଡେନ ଦିବସ

ଭୁବନେଶ୍ବର: ‘କିଚେନ୍‌ ଗାର୍ଡେନ୍‌ସ ଆସୋସିଏସନ୍‌’ ପକ୍ଷରୁ ‘ବିଶ୍ବ କିଚେନ ଗାର୍ଡେନ ଦିବସ’ ସହିଦ ନଗରସ୍ଥିତ ରାଜ୍ୟ ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଳୟ (‌ଷ୍ଟେଟ୍‌ କ୍ବାଲିଟି କଣ୍ଟ୍ରୋଲ ଲ୍ୟାବ୍‌)ରେ ପାଳିତ ହେବ। ଏହି ଅବସରରେ ପ୍ରଦର୍ଶନୀ, ବିଭିନ୍ନ କାର୍ଯ୍ୟକଳାପ ଓ ବୈଷୟିକ ଅଧିବେଶନ ଜରିଆରେ ସହରିଆ ଓ ଗ୍ରାମୀଣ ଲୋକଙ୍କୁ କିଚେନ ଗାର୍ଡେନ ସମ୍ପର୍କରେ ସଚେତନ କରାଯିବ। ବହୁ ବିଶେଷଜ୍ଞ ଓ ଚାଷୀମାନେ ଏଠାରେ ଉପସ୍ଥିତ ରହି ସେମାନଙ୍କ ଜ୍ଞାନ ଓ ଅନୁଭୂତି ବଖାଣିବେ। ଏଥିରେ ‘ମହିଳା, ପରିବାର ପୋଷଣ ଓ ସହରୀ କୃଷି’ ଏବଂ ‘ପ୍ରାକୃତିକ ସମ୍ବଳର ଅମଳ ଓ ଛାତ ଉପରେ ଚାଷ’ ସମ୍ପର୍କିତ ଦୁଇଟି ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ଆସୋସିଏସନ୍‌ର ମ୍ୟାନେଜିଂ ଟ୍ରଷ୍ଟି ଏମ୍‌ ଖିଲାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର