ଓ୍ଵାକାଥନ୍‌ ମାଧ୍ୟମରେ ସଡ଼କ ସୁରକ୍ଷା ବାର୍ତା

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଚନ୍ଦ୍ରଶେଖରପୁର: ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ରାଜଧାନୀରେ ଏକ ସଡ଼କ ସୁରକ୍ଷା ପଦଯାତ୍ରା ବା ଓ୍ଵାକାଥନ୍‌ ଆୟୋଜିତ ହୋଇଥିଲା। କିଟ୍‌ କ୍ୟାମ୍ପସ୍‌ରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ଡ୍ରାଇଭିଂ ଟେଷ୍ଟ ଟ୍ରାକ୍‌ରେ ସମାପ୍ତ ହୋଇଥିଲା। ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସଂପର୍କିତ ସଚେତନା ବାର୍ତା ପ୍ରଦାନ ନିମନ୍ତେ ଏହିପରି ଅଭିନବ ପଦକ୍ଷେପ ନିଆଯାଇଥିବା ପ୍ରକାଶ। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଏହି ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପରିବହନ କମିଶନର ମଧୁସୂଦନ ପାଢ଼ୀ, କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳଙ୍କ ସମେତ ବହୁ ନେତା, ପ୍ରଶାସକ, ସମାଜସେବୀ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତା ଓ ଛାତ୍ରଛାତ୍ରୀ ବହୁସଂଖ୍ୟାରେ ଯୋଗଦେଇଥିଲେ। ଏହି ଅବସରରେ ପ୍ରାୟ ୨୦୦୦ ଅଂଶଗ୍ରହଣକାରୀ ସଡ଼କ ସୁରକ୍ଷା ସଂପର୍କରେ ସଚେତନତାର ବାର୍ତା ପ୍ରସାର କରିଥିଲେ। ସଡ଼କ ସୁରକ୍ଷା ଜୀବନ ସୁରକ୍ଷାର ବାର୍ତା ପ୍ରସାର କରିଥିଲେ ଏହି ଓ୍ଵାକାଥନ୍‌ର ଅଂଶଗ୍ରହଣକାରୀ। ହୋଣ୍ଡା ପକ୍ଷରୁ ମଧ୍ୟ ଏହି ଅବସରରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନର ଶୁଭାରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର