ଭୁବନେଶ୍ୱର ନ୍ୟୁ ଷ୍ଟେସନରେ ସ୍ଥାପନ ହେଲା ଦ୍ୱିତୀୟ ଫୁଟ୍‌ ଓଭରବ୍ରିଜ୍‌

ଚନ୍ଦ୍ରଶେଖରପୁର : ଦ୍ୱିତୀୟ ନୂତନ ରେଳ ଷ୍ଟେସନ କାର୍ଯ୍ୟକାରୀ ହେବାର ଅଂଶସ୍ୱରୂପ ଭୁବନେଶ୍ୱରରେ ନ୍ୟୁ ରେଲେଓ୍ଵ ଷ୍ଟେସନରେ ଏକ ଦ୍ୱିତୀୟ ଫୁଟ୍‌ ଓଭରବ୍ରିଜ୍‌ର ଢାଞ୍ଚା ସ୍ଥାପନ କରାଯାଇଛି। ଉପଯୁକ୍ତ ଯୋଜନା ଓ ସୀମିତ ମାନବସମ୍ବଳର ଉପଯୋଗ କରି ରେଳ ବିଭାଗ ପକ୍ଷରୁ ମାତ୍ର ୪ ଘଣ୍ଟା ସମୟ ମଧ୍ୟରେ ଏହି ଦ୍ୱିତୀୟ ପୋଲକୁ ସ୍ଥାପନ କରାଯାଇପାରିଛି। ପୂର୍ବରୁ ଏହି ରେଳ ଷ୍ଟେସନରେ ଗୋଟିଏ ଫୁଟ୍‌ ଓଭରବ୍ରିଜ୍‌ ଥିଲା। ଏହି କାର୍ଯ୍ୟରେ ୧୪୦ଟନ୍‌ କ୍ଷମତାବିଶିଷ୍ଟ ରେଲେଓ୍ଵ କ୍ରେନ୍‌ର ବ୍ୟବହାର କରାଯାଇଥିଲା। ଏହି କାର୍ଯ୍ୟ ପାଇଁ କେମିତି ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ନହେବ ସେ ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟ ପାଇଁ ରବିବାର ଦିନ ମାତ୍ର ଚାରିଟି ପାସେଞ୍ଜର ଟ୍ରେନ୍‌ ଗତିପଥରେ ପରିବର୍ତ୍ତନ କରାଯାଇଥିଲା।

ସମ୍ବନ୍ଧିତ ଖବର