ଅପରାଧ ପାଇଁ ଯୋଜନା କରୁଥିବା ୩ ଗିରଫ

ଭୁବନେଶ୍ୱର:  ସତ୍ୟନଗର ଓଭର ବ୍ରିଜ୍‌ ପାଖରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଚଢ଼ାଉ କରି ଖାରବେଳନଗର ଥାନା ପୁଲିସ  ଏକ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି।  ଗିରଫ ଯୁବକମାନେ ହେଲେ ମାଳି ସାହିର  ଜଗନ ସାହୁ ଓ ସହିଦନଗର ବସ୍ତିର ସେକ  ହାଇଦର ଅଲ୍ଲୀ ଓ ସେକ୍‌ ସଫିକୁଲ ଇସ୍‌ଲାମ। ସେମାନଙ୍କ ଠାରୁ ଏକ ଆପାଚି ମୋଟର ସାଇକେଲ, ୧୬ଟି ମୋବାଇଲ ଫୋନ, ୨ଟି କଟୁରି, ଗୋଟିଏ ଛୁରି ଓ ଘରଭଙ୍ଗା ଯନ୍ତ୍ର ଜବତ କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର