ଜୁନିଅର ମଡେଲ୍‌ ଇଣ୍ଟରନାସ୍‌ନାଲ୍‌ ପ୍ରତିଯୋଗିତା: ଦୁବାଇରେ ୩ କୁନି ଓଡ଼ିଆ ମଡେଲ୍‌ଙ୍କ ବାଜିମାତ୍‌

ଭୁବନେଶ୍ବର: ଜୁନିଅର ମଡେଲ୍‌ ଇଣ୍ଟରନାସ୍‌ନାଲ୍‌ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରିଥିବା ୩ ଓଡ଼ିଆ ଝିଅ ବିଜୟୀ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଦୁବାଇର ଏକ ହୋଟେଲ୍‌ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୟୁନିଟ୍‌ ୮ ଡିଏଭି ସ୍କୁଲ୍‌ର ୪ର୍ଥ ଶ୍ରେଣୀ ଛାତ୍ରୀ ଶ୍ରୀବାଲି ଦାସ ପ୍ରିନ୍‌ସେସ୍‌ ବର୍ଗରେ ରନର୍ସଅପ୍ ହୋଇଛନ୍ତି। ସେହିପରି ୧୩ରୁ ୧୬ବର୍ଷ ବୟସ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ଟିନ୍‌ ବର୍ଗରେ ଲାବଣ୍ୟ ଦାସ ବିଜେତା ହୋଇଥିବା ବେଳେ ଦ୍ବିତୀୟ ରନର୍ସଅପ୍ ହୋଇଛନ୍ତି କେ.ଆର ସନ୍ତୋଷିନୀ।

ଏହି ୩ କୁନି ମଡେଲ୍‌ ଓଡ଼ିଶା ଫେସନ୍‌ ଭିଲ୍ଲା ଗ୍ରୁପ୍‌ ଦ୍ବାରା ଭୁବନେଶ୍ବରରେ ଆୟୋଜିତ ଜୁନିୟର ଟପ୍‌ ମଡେଲ୍‌ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବା ପରେ କେଳରରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେଠାରୁ ବିଜୟୀ ହେବା ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ୧୧୦ରୁ ଅଧିକ ପ୍ରତିଯୋଗୀ ଦୁବାଇରେ ଅକ୍ଟୋବର ୧୪ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରତିଭା ପ୍ରଦର୍ଶନ କରିଥିଲେ। ଓଡ଼ିଶା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିଥିବାରୁ ଓଡ଼ିଶା ଫେସନ ଭିଲ୍ଲାର ଅଭିଜିତ ମହାନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର