ଦୁଇ ବାଇକ୍‌ ମଧ୍ୟରେ ଧକ୍କା, ୩ ଗୁରୁତର

ବାଲିଅନ୍ତା : ଆଜି ରାତି ପ୍ରାୟ ୯ଟା ବେଳେ ଜଗନ୍ନାଥ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ସୁଦର୍ଶନ ଦେବଙ୍କ ଦାରୁପୀଠ ନିକଟରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ, କଟକ ଜିଲ୍ଲା ଚୌଦ୍ୱାର ଥାନା ଅଞ୍ଚଳର ପ୍ରଶାନ୍ତ ପାତ୍ର (୪୯), କେନ୍ଦ୍ରାପଡ଼ାର ଅମରେଶ ସ୍ବାଇଁ (୨୫) ଓ ଜଗତସିଂହପୁର ଜିଲ୍ଲା ନାଉଗାଁର ମହେନ୍ଦ୍ର ସ୍ବାଇଁ (୩୬)। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ସୂଚନାନୁଯାୟୀ, ମହେନ୍ଦ୍ର ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସେମାନଙ୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ୨ଟି ଯାକ ଗାଡ଼ିରେ ବସିଥିବା ୩ ଆରୋହୀ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଦୁଇଟିକୁ ଜବତ କରିଛି।

ସମ୍ବନ୍ଧିତ ଖବର