ତୁରନ୍ତିରାରେ ବ୍ୟାପୁଛି ଫାଟୁଆ, ବଜବଜିଆ, ୩୦ରୁ ଅଧିକ ଗାଈ ଓ ବାଛୁରୀ ମୃତ

ବାଲିପାଟଣା: ବାଲିପାଟଣା ବ୍ଲକ୍‌ ଅନ୍ତର୍ଗତ ତୁରନ୍ତିରା ପଞ୍ଚାୟତର ୫ଟି ଵାର୍ଡରେ ଫାଟୁଆ ଓ ବଜବଜିଆ ରୋଗ ମହାମାରୀ ଆକାର ଧାରଣ କରିଛି। ଆଜି ପର୍ଯ୍ୟନ୍ତ ନରଦା ଅଞ୍ଚଳରେ ୩୦ରୁ ଅଧିକ ଗାଈ ଓ ବାଛୁରୀଙ୍କ ଏଥିରେ ମୃତ୍ୟୁ ହୋଇ ସାରିଲାଣି। ୫୦ରୁ ଅଧିକ ଅସୁସ୍ଥ ଥିବା ବେଳେ ପ୍ରାୟ ୪ଟି ଗାଈଙ୍କ ଅବସ୍ଥା ସ˚କଟାପନ୍ନ ରହିଛି। ଅନ୍ୟପକ୍ଷରେ ବାଲିପାଟଣାରେ ପ୍ରାଣୀ ଚିକିତ୍ସା ବିଭାଗର ଦୁଇ ଜଣ ଡାକ୍ତର ନିଯୁକ୍ତ ଥିବାବେଳେ ଏପରି ସମୟରେ ଜଣେ କେହି ବି ଗାଁରେ ପହଞ୍ଚି ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଚିକିତ୍ସା ଉପରୁ ଭରସା ତୁଟାଇ ଲୋକେ ଏବେ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରୁଥିବା ସୂଚନା ମିଳିଛି।

ଆଜକୁ ପ୍ରାୟ ମାସେରୁ ଅଧିକ ଦିନ ହେବ ନରଦା, ଦୋରବାଙ୍ଗ, ତୁରନ୍ତିରା, ଅନସ୍ତମାଳ, ବାଗଲପୁର ଆଦି ଅଞ୍ଚଳରେ ଏହି ରୋଗ ବ୍ୟାପକ ଆକାର ଧାରଣ କରିଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନରଦା ଗାଁ। ଗାଁର ଅମୂଲ୍ୟ ସେନାପତି, ସୁକାନ୍ତ ସାହୁ, ଗିରିଧାରୀ ପଣ୍ତା, ରମେଶ ପ୍ରଧାନ, କାଲା ବେହେରା, ବଳରାମ ବେହେରା, ନାରଣ ଭୋଇ, ଗୁରେଇ ଭୋଇ, ଗୋବିନ୍ଦ ମଲ୍ଲିକ, ଚକ୍ରଧର ମୁଦୁଲି, ସୁବାସ ସେନାପତି, ମଇନ ସାହୁ, ଦିବା ସାହୁ, ବାଉରିବନ୍ଧୁ ପଣ୍ତା, ଲଳିତ ସେନାପତି, ଅକ୍ଷୟ କୁମାର ସେନାପତିଙ୍କ ଗାଈ ଓ ବାଛୁରୀଙ୍କ ମୃତ୍ୟୁ ହୋଇ ସାରିଛି। ପ୍ରାୟ ପ୍ରତିଦିନ ଗାଁରେ ଗୋଟିଏ, ଦୁଇଟି ଗାଈ ଓ ବାଛୁରୀଙ୍କ ମୃତ୍ୟୁ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଗ୍ରାମର କାଳନ୍ଦୀ ଚରଣ ସାବୁତ, ନେତ୍ରାନନ୍ଦ ସେନାପତି, ବ୍ରଜବନ୍ଧୁ ସେନାପତି, ଅନିରୁଦ୍ଧ ସାବୁତ, ପର୍ଶୁରାମ ସାବୁତ, ଗଙ୍ଗାଧର ବିଶ୍ବାଳଙ୍କ ସମେତ ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଆମ ଗ୍ରାମରେ ଏହି ରୋଗ ବ୍ୟାପିବା ପୂର୍ବରୁ ଟିକା କରଣ କରାଯାଇ ନାହିଁ। ଯେଉଁ ସମୟରେ ରୋଗ ବ୍ୟାପିଲା ତା ପରଠାରୁ ଜଣେ ବି କେହି ଡାକ୍ତର ଗାଁକୁ ଆସି ଆଲୋଚନା କରି ରୋଗ ନିୟନ୍ତ୍ରଣ ପାଇଁ ଉପଦେଶ ଦେଇ ନାହାନ୍ତି। ଗାଁର ବହୁ ଲୋକ ରୋଜଗାର ହରାଇ ଘୋର ଆର୍ଥିକ ସ˚କଟରେ ପଡ଼ିଲେଣି। ଏ ସ˚ପର୍କରେ ବାଲିପାଟଣା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମାନସ କୁମାର ଚାନ୍ଦଙ୍କୁ ପଚାରିବାରୁ ସେ କହିଛନ୍ତି ଆମ ପକ୍ଷରୁ ଟିକାକରଣ କରାଯାଇଛି। ରୋଗ ବ୍ୟାପୁଥିବା ଖବର ପାଇ ବିଭିନ୍ନ ଗାଁକୁ ଯାଇ ଗୋରୁଙ୍କୁ ଚିକିତ୍ସା କରିଛୁ। ନରଦା ଅଞ୍ଚଳରେ କେତେ ଗୋରୁ ମରିଛନ୍ତି ବୋଲି ପଚାରିବାରୁ ସେ କହିଛନ୍ତି ସେ ସ˚ପର୍କରେ ତାଙ୍କ ପାଖରେ ସଠିକ ତଥ୍ୟ ନାହିଁ। ତୁରନ୍ତ ଜିଲ୍ଲା ପ୍ରଶାସନ ଗାଁରେ ପହଞ୍ଚି ଗୋ-ସ˚ପଦର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର