ବାଇପାସ୍‌ ରୋଡ୍‌ ଉପରେ ମାଟି ଗଦା : ୪ ଦୁର୍ଘଟଣା, ୫ ଆହତ

ଭୁବନେଶ୍ୱର : ନୂଆ ବାଇପାସ୍‌ ରୋଡ୍‌ ଉପରେ ମାଟି ଗଦା ହୋଇଥିବାରୁ ଆଜି ୪ ଦୁର୍ଘଟଣା ଘଟି ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଗତ ତିନି ଦିନ ହେବ କେହି ଜଣେ ବିଲ୍ଡର ଘର କାମ ପାଇଁ ରାସ୍ତା ଉପରେ ମାଟି ଜମା କରିଛନ୍ତି। ମାଟି ଗୁଡ଼ିକୁ ରାସ୍ତା ଉପରେ ଏଭଳି ଭାବେ ରଖାଯାଇଛି ଯେ, ଯଦି ଗାଡ଼ି ଚାଳକ ଟିକେ ଅନ୍ୟମନସ୍କ ହୁଏ ତେବେ ସେ ନିଶ୍ଚିତ ଦୁର୍ଘଟଣାର ସମ୍ମୁଖୀନ ହେବେ। ତେବେ ୩ ଦିନ ହେଲା ବିଲ୍ଡର ଜଣଙ୍କ ମାଟି ଉଠାଉଛନ୍ତି ନା କେହି ଏହାର ବିରୋଧ କରୁଛନ୍ତି। ଫଳରେ ରାସ୍ତାରେ ଯାଉଥିବା ସାଧାରଣ ଲୋକମାନେ ଏହାର ଫଳ ଭୋଗୁଛନ୍ତି। ତିନିଦିନ ହେବ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଆସୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କେବଳ ଆଜି ଗୋଟିଏ ଦିନରେ ୪ଟି ଦୁର୍ଘଟଣା ଘଟିଛି ଏବଂ ଏଥିରେ ୫ରୁ ଅଧିକ ଲୋକଙ୍କୁ ଆହତ ହୋଇ ହସ୍ପିଟାଲ ଯିବାକୁ ପଡ଼ିଛି। ତେବେ ଏହି ବିଲ୍ଡର ଜଣଙ୍କ କିଏ ଏବଂ କାହିିଁକି ନିଜ କାମ ପାଇଁ ରାଜରାସ୍ତା ଉପରେ ମାଟି ରଖିଛନ୍ତି ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର