ଖଣ୍ଡଗିରି : ଯାଁଳା ପୁଲିସ ହାତରେ ଧରାପଡ଼ିଲା ଆକା-ଅଜୁ ଗ୍ୟାଙ୍ଗ୍‌, ଜାତୀୟ ରାଜପଥ‌ରେ ଲୋକଙ୍କଠାରୁ ଲୁଟୁଥିଲେ ମୋବାଇଲ୍‌,୧୪ ମୋବାଇଲ୍ ଜବତ

ଖଣ୍ଡଗିରି : ୧୬ନମ୍ବର ଜାତୀୟ ରାଜପଥ‌ରେ ଲୋକଙ୍କଠାରୁ ମୋବାଇଲ୍‌ ଲୁଟି ନେଉଥିବା କୁଖ୍ୟାତ ଆକା-ଅଜୁ ଗ୍ୟାଙ୍ଗ୍‌ର ଚାରି ଜଣଙ୍କୁ ଯାଁଳା ପୁଲିସ ଗିରଫ କରିଛି। ସେମାନେ ହେଲେ, ଜଟଣୀ ଥାନା ବେଣାପଞ୍ଜରି ଗାଁର ମହମ୍ମଦ ଅଖତାର୍ ଓରଫ୍ ଆକା(୨୦), ସେକ୍ ଆଜାରୁଦ୍ଦିନ୍ ଓରଫ୍ ଅଜୁ(୧୯), ବସିର୍ଉଲ୍ଲା କାଁ ଓରଫ ରାଜୁ(୨୧) ଓ ମହମ୍ମଦ ଅର୍ବାଜ୍ ଓରଫ ମଙ୍ଗୁଲ(୧୯)। ପୁଲିସ ସେମାନଙ୍କଠାରୁ ଏକ ଦାମୀ ଆର୍-୧/୫ ବାଇକ୍‌(ଓଡି୩୩ଏକ୍ସ-୭୨୫୭) ଓ ୧୪ଟି ମୋବାଇଲ୍ ଜବତ କରିଛି। ପୁଲିସ୍‌ ସୂଚନାନୁସାରେ ଏହି ଗ୍ୟାଙ୍ଗ ୧୬ନମ୍ବର ଜାତୀୟ ରାଜପଥରେ ପାତ୍ରପଡ଼ାରୁ ପିତାପଲ୍ଲୀ ମଧ୍ୟରେ ସକ୍ରିୟ ରହୁଥିଲେ। ବାଟରେ ବାଇକ୍‌ ଆରୋହୀଙ୍କୁ ଅଟକାଇ ମୋବାଇଲ୍ ଫୋନ୍‌ ଓ ଟଙ୍କା ଲୁଟି ନେଉଥିଲେ। ଆକା-ଅଜୁ ଲୁଟ୍‌ କରୁଥିବା ବେଳେ ଖସି ପଳାଇବା ପାଇଁ ରାଜୁ ଓ ମଙ୍ଗୁଲ୍‌ ସେମାନଙ୍କୁ ସହଯୋଗ କରୁଥିଲେ। ଗତକାଲି ଆକା ଓ ଅଜୁ ତରାବୋଇ ଲେଭଲ୍‌ କ୍ରସିଂ ନିକଟରେ ମୋବାଇଲ୍ ବିକିବା ପାଇଁ ଗ୍ରାହକ ଅପେକ୍ଷାରେ ଥିବା ବେଳେ ପୁଲିସ ସେମାନଙ୍କୁ ଧରିଥିଲା। ପ‌ରେ ପରେ ସେମାନଙ୍କ ସୂଚନାନୁସାରେ ରାଜୁ ଓ ମଙ୍ଗୁଲ୍‌କୁ ବେଣାପଞ୍ଜରି ଗାଁରୁ ପୁଲିସ ଉଠାଇଥିଲା।

ସମ୍ବନ୍ଧିତ ଖବର