୫୦ ଏକର ଗ୍ରାମ୍ୟ ଜଙ୍ଗଲ ନଷ୍ଟ

ବାଲିଅନ୍ତା : ବାତ୍ୟା ଫନି ପ୍ରଭାବରେ ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧୀନ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଞ୍ଚଳରେ ଥିବା ୧୦୦ ଏକର ଗ୍ରାମ୍ୟ ଜଙ୍ଗଲରୁ ୫୦ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇଯାଇଛି। ସହରାଞ୍ଚଳ ବନୀକରଣ ଯୋଜନାରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ସୃଷ୍ଟି ହୋଇଥିବା ନାଗପୁର, ରଥିଜେମା, ପିପିଲି, ରଣପୁର, ପୂରଣ ପଧାନ, ସୁମୁଦି, ପ୍ରତାପରୁଦ୍ରପୁର ପଞ୍ଚାୟତ ସମେତ ଅନ୍ୟ ସ୍ଥାନରେ ନୂଆ କରି ଗଛ ଲଗାଯାଇଥିଲା। ଏଥିସହିତ କୁଆଖାଈ, କୁଶଭଦ୍ରା ନଦୀ ପଠା ଓ ବିଭିନ୍ନ ମୁଖ୍ୟ ରାସ୍ତା ପାର୍ଶ୍ବରେ ମଧ୍ୟ ଲଗାଯାଇଥିବା ଗଛ ଭାଙ୍ଗିପଡ଼ିଛି। ବାଲିପାଟଣା ଭଅଁରା ଜଙ୍ଗଲ ମଧ୍ୟ ଉଜୁଡ଼ି ଯାଇଛି। ଉପରୋକ୍ତ ସ୍ଥାନରେ ପୁନର୍ବାର ଚାରାରୋପଣ ପାଇଁ ବାଳକାଟି ସ୍ଥିତ ବନବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ପଠାଯାଇଥିବା ରେଞ୍ଜର ଜୟକୃଷ୍ଣ ଯଦୁମଣି ଦାସ କହିଛନ୍ତି।

ସମ୍ବନ୍ଧିତ ଖବର