ବିଜେଡିରେ ମିଶିଲେ ବି‌େଜପି ମହିଳା ମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷାଙ୍କ ସହ ୫୦୦ରୁ ଅଧିକ କର୍ମୀ

ଭୁବନେଶ୍ବର: ଭୁବନେଶ୍ବର ବି‌େଜପି ମହିଳା ମୋର୍ଚ୍ଚାର ରାଜ୍ୟ କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସହ ୫୦୦ରୁ ଅଧିକ ମହିଳା ଓ ଯୁବମୋର୍ଚ୍ଚାର ସଦସ୍ୟ ଆଜି ବିଜେଡିରେ ମିଶିଛନ୍ତି। ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ବରେ ହୋଇଥିବା ଏହି ମିଶ୍ରଣ ପର୍ବରେ ବିଜେପି ଛାଡ଼ିଥିବା ନେତା, ନେତ୍ରୀ ଓ କର୍ମୀମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥିଲେ। ଏଥିରେ ବିଜେଡିର ବହୁ ନେତାଙ୍କ ସମେତ ପୂର୍ବତନ କ‌ର୍ପୋରେଟର ନବ କିଶୋର ବେହେରା ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର