ମୀନାବଜାରରୁ ୫ ଫୁଟିଆ ନାଗ ଉଦ୍ଧାର

ବାଲିଅନ୍ତା: ବାଳକାଟି ଭାର୍ଗବୀ ବ୍ରିଜ୍‌ ନଦୀପଠାରେ ଚାଲିଥିବା ମୀନାବଜାର ଭିତରୁ ଆଜି ଅପରାହ୍ଣରେ ଏକ ୫ ଫୁଟିଆ ନାଗ ସାପ ଉଦ୍ଧାର ହୋଇଛି। ଜନଗହଳୀ ପୂର୍ଣ୍ଣ ସ୍ଥାନରେ ସାପକୁ ଦେଖି ଦୋକାନୀ ଏବଂ ଉପସ୍ଥିତ ଦର୍ଶକମାନେ ଭୟଭୀତ ହୋଇ ଦୌଡ଼ିଥିଲେ। ଖବର ପାଇ ସ୍ନେକ୍‌ ହେଲ୍‌ପଲାଇନ୍‌ର ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ପହଞ୍ଚି ସାପଟିକୁ କାବୁ କରି ନେଇ ଅନ୍ୟତ୍ର ଛାଡ଼ି ଦେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର