୬୦ ୟୁନିଟ୍‌ ରକ୍ତ ସଂଗୃହୀତ

ବିଶ୍ୱ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ରକ୍ତଦାନ ମହତ ଦାନ। କାହିଁକି ନା ମଣିଷ ପାଇଁ ରକ୍ତ କେବଳ ମଣିଷ ଦେହରେ ତିଆରି ହୁଏ। ଜଣେ ରକ୍ତ ଦାନ କଲେ ଆଉ ଜଣଙ୍କର ଜୀବନ ବଞ୍ଚେ। ଏହି ଭଳି ମହତ କାର୍ଯ୍ୟର ଆୟୋଜନ କରିଥଲେ ଭୁବନେଶ୍ୱର ନୂଆଗାଁର ବିଶ୍ୱ କଲ୍ୟାଣ ଟ୍ରଷ୍ଟ। ‘ସମ୍ବାଦ-ଆମ ଓଡ଼ିଶା’ର ସହଯୋଗରେ ଏହି ରକ୍ତଦାନ ଶିବିରଟି ନୂଆଗାଁସ୍ଥିତ ଏସ୍‌.ଟି. ଜାଭିୟର ହାଇସ୍କୁଲ ପରିସରରେଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟର ସମସ୍ତ ସଦସ୍ୟ ସଦସ୍ୟା ତଥା ସ୍ଥାନୀୟ ଅନ୍ୟ ସ୍ୱେଚ୍ଛାରକ୍ତଦାତାଙ୍କ ସମେତ ମୋଟ ୬୦ ଜଣ ଏହି ଶିବିରରେ ରକ୍ତଦାନ କରିଥିଲେ।
ସ୍ଥାନୀୟ ଯୁବନେତା ସଂଗ୍ରାମ କେଶରୀ ପାଇକରାୟ (ଗାଲା ଭାଇ) ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ସମାଜସେବୀ ଇନ୍ଦିରା ଦାସ, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଓ ବ୍ରହ୍ମାକୁମାରୀ କଳ୍ପନା ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷା ସୂର୍ଯ୍ୟକାନ୍ତି ମହାନ୍ତି, ସମ୍ପାଦକ କାଳିକିଙ୍କର ମହାନ୍ତି, ଟ୍ରଷ୍ଟି ଗିରିଜା ନାୟକ ଓ ଉପଦେଷ୍ଟା ସମୀର ଦାସ ଏହି ଶିବିରକୁ ପରିଚାଳନା କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ଆର୍‌. ନିଗମ ମିଶ୍ର, ପାର୍ଥ ସାରଥୀ ମହାନ୍ତି, ଶିଶିର ମିଶ୍ର, ଭାଗ୍ୟଶ୍ରୀ ନାୟକ ତଥା ଜାଭିୟର୍‌ ହାଇସ୍କୁଲର ସହକର୍ମୀମାନେ। ସ୍ୱେଚ୍ଛାସେବୀ ଭାବରେ ଝିଲି ମହାନ୍ତି, ସସ୍ମିତା ତ୍ରିପାଠୀ, ଲୋପାମୁଦ୍ରା ରାଉତ ଓ ସରୋଜ ବିଶୋଇ ସମସ୍ତ କାର୍ଯ୍ୟ ତୁଲାଇଥିଲେ। କ୍ୟାପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ଥିଲା।

ସମ୍ବନ୍ଧିତ ଖବର