ପ୍ରଥମ ଦିନରେ ପ୍ରଦର୍ଶିତ ହେଲା ୫ଟି ଚଳଚ୍ଚିତ୍ର

ଆରମ୍ଭ ହେଲା ନବମ ଭାରତୀୟ ଚଳଚ୍ଚିତ୍ର ଉତ୍ସବ

ଭୁବନେଶ୍ୱର : ଫିଲ୍ମ ସୋସାଇଟି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ନବମ ଭାରତୀୟ ଚଳଚ୍ଚିତ୍ର ଉତ୍ସବ ଆଜି ଇଡକଲ ଅଡିଟୋରିୟମରେ ଉଦ୍‌ଘାଟିତ ହୋଇଛି। ଉତ୍ସବକୁ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ପଦ୍ମଶ୍ରୀ ଗିରିଶ କସରାଭଲ୍ଲି ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିିଥି ଭାବେ ଚଳଚ୍ଚିତ୍ର ନିର୍ମାତା ଅନନ୍ୟା କେସରାଭଲ୍ଳି ଯୋଗଦେଇ ମେଟ୍ରୋ ସହରରେ ଏଭଳି ଉତ୍ସବ ଆୟୋଜନ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସଂଧ୍ୟାରେ ଚଳଚ୍ଚିତ୍ର ନିର୍ମାତା ଅର୍ମତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ଫିଲ୍ମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଉତ୍ସବରେ ୯ମ ଆଇଏଫଏଫବି ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା।

ଉତ୍ସବର ପ୍ରଥମ ଦିନରେ ୫ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ପ୍ରଥମ ଚଳଚ୍ଚିତ୍ର ଭାବେ ତାମିଲ ଚଳଚ୍ଚିତ୍ରର ‘ରିଭିଲେସନସ୍‌’ ପ୍ରଦର୍ଶିତ ହୋଇଥିଲା। ଏହି ଚଳଚ୍ଚିତ୍ରଟି ଏକ ତାମିଲ ଝିଅର କାହାଣୀକୁ ନେଇ ହୋଇଥିବା ବେଳେ ଏହାର ନିର୍ଦେଶନା ଦେଇଥିଲେ ବିଜୟ ଜୟପାଲ। ୨୦୧୬ରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରଟି ଭୂଷଣ ଅନ୍ତର୍ଜାତୀୟ ଚଳଚ୍ଚିତ୍ରର ଉତ୍ସବ ଆଇଏଫଏଫକେରେ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇସାରିଛି।

ଦ୍ୱିତୀୟ ଚଳଚ୍ଚିତ୍ର ଭାବେ ବୌଧୟନ ମୁଖାର୍ଜୀଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ଦ ଭାଓଲିନ ପ୍ଲେୟାର’ ପ୍ରଦର୍ଶିତ ହୋଇଥିଲା। ୭୪ ମିନିଟର ଏହି ଦିନ୍ଦୀ ଚଳଚ୍ଚିତ୍ରଟି ୨୦୧୪ରେ ପରଦାକୁ ଆସିଥିଲା। ଏହାପରେ ମାଲାୟଲମ ଚଳଚ୍ଚିତ୍ର ‘ଚିଦମ୍ବରମ’ ପ୍ରଦର୍ଶିତ ହୋଇଥିଲା। ୧୯୮୫ରେ ଆସିଥିବା ଏହି ଚଳଚ୍ଚିତ୍ରଟି ଅନେକ ସର୍ବଶ୍ରେଷ୍ଠ ଫିଚର ଫିଲ୍ମଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ସହ କେରଳ ଚଳଚ୍ଚିତ୍ର ଆଓ୍ଵାର୍ଡ ପାଇଛି। ପରେ ପରେ ‘ଗାଲିବିଜ’ ଓ ଶେଷରେ ପ୍ରଦର୍ଶିତ ହୋଇଛି ‘ହରିକଥା ପ୍ରସଙ୍ଗ’। ଏହି ଚଳଚ୍ଚିତ୍ରଟି ହରି ନାମକ ଚରିତ୍ରକୁ ନେଇ ହୋଇଛି।

୭ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ପ୍ରସିଦ୍ଧ ଚଳଚ୍ଚିତ୍ରଗୁଡ଼ିକ ପ୍ରଦର୍ଶିତ ହେବ। ତେଲଗୁ, ମାଲାୟଲମ, ବଙ୍ଗାଳି, ପଞ୍ଜାବୀ, ମରାଠୀ, ହିନ୍ଦୀ, ମଣିପୁର, ଓଡ଼ିଆ ଭାଷାର ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଏଠାରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିଭିନ୍ନ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ପ୍ରଯୋଜକମାନେ ମଧ୍ୟ ସାମିଲ ହୋଇଛନ୍ତି। ଗୁରୁବାର ୫ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି। ଓରୁ କିଡାୟିନ କରୁନାଇମନ୍‌ (ତାମିଲ), ଓ୍ଵାଟରଫଲ୍‌(ଇଂରାଜୀ), କଞ୍ଚନ ସୀତା(ମାଲାୟଲମ), ଦ ହେଡ ହଣ୍ଟର(ବଂଚ), ଓଟାଲ(ମାଲାୟଲମ) ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ସମ୍ବନ୍ଧିତ ଖବର