ନନ୍ଦନକାନନରେ ମହିଳା ପର୍ଯ୍ୟଟକ ଅଚେତ

ବାରଙ୍ଗ: ନନ୍ଦନକାନନ ବୁଲିବାକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ଆଜି ହଠାତ୍‌ ଅସୁସ୍ଥ ହୋଇପଡ଼ିବା ସହ ଅଚେତ ହୋଇଯାଇଥିଲେ। ସେ ହେଲେ, ମଧ୍ୟପ୍ରଦେଶର ମମତା ତିଓ୍ବାରୀ(୩୨)। ସୂଚନା ଅନୁଯାୟୀ, ମମତା ତାଙ୍କର କିଛି ସଂପର୍କୀୟ ଓ ଅଞ୍ଚଳବାସୀଙ୍କ ସହ ଏକ ବସରେ ନନ୍ଦନକାନନ ବୁଲି ଆସିଥିଲେ। ଅପରାହ୍‌ଣ ପ୍ରାୟ ୩ଟା ବେଳେ ଜଳହସ୍ତୀ ଘର ପାଖରେ ମମତା ଅଚାନକ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ସହଯୋଗୀମାନେ ତାଙ୍କ ମୁହଁରେ ପାଣି ଛିଞ୍ଚି ପ୍ରାୟ ଅଧଘଣ୍ଟା ଚିକିତ୍ସା କରିବା ପରେ ତାଙ୍କର ଚେତା ଫେରିଥିଲା। ସହାୟତା ପାଇଁ ନନ୍ଦନକାନନ ପର୍ଯ୍ୟଟକ ସୁରକ୍ଷା ଦାୟିତ୍ବରେ ଥିବା ରେଞ୍ଜ ଅଫିସର କର୍ମଚାରୀଙ୍କୁ ଯୋଗଯୋଗ କରିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ। ଗତବର୍ଷ ମଧ୍ୟ ଏପରି ସମାନଧରଣର ଦୁଇଟି ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର