ଖୋଲିଲା ଆହାର କେନ୍ଦ୍ର

୩ ସହରାଞ୍ଚଳ ବସ୍ତିକୁ ଟାର୍ଗେଟ୍‌, ପ୍ରତି ଗ୍ରାମ ପଞ୍ଚାୟତ ପାଇଁ ଜଣେ ସ୍ବାସ୍ଥ୍ୟକର୍ମୀ ନିୟୋଜିତ

ଭୁବନେଶ୍ବର : ରାଜଧାନୀରେ ୧୧ଟି ଆହାର କେନ୍ଦ୍ର ଆଜିଠାରୁ ଖୋଲିଛି। ଦୀର୍ଘ ୧୨ଦିନ‌ ପରେ ଆହାର କେନ୍ଦ୍ର ଖୋଲିଥିବାରୁ ଏଠାରେ ଭାତ ଡାଲ୍‌ମା ଖାଇବାକୁ ଲୋକଙ୍କୁ ଭିଡ଼ ଜମିଥିଲା। ଏହି ୧୧ଟି ଆହାର କେନ୍ଦ୍ରରେ ଏବେ ଦୈନିକ ୮ହଜାର ଲୋକଙ୍କୁ ୫ଟଙ୍କାରେ ଭାତ ଡାଲମା ଖାଇବାକୁ ଦିଆଯିବ। ପୂର୍ବପରି ଏହା ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

୩ ସହରାଞ୍ଚଳ ବସ୍ତିକୁ ଟାର୍ଗେଟ୍‌, ପ୍ରତି ଗ୍ରାମ ପଞ୍ଚାୟତ ପାଇଁ ଜଣେ ସ୍ବାସ୍ଥ୍ୟକର୍ମୀ ନିୟୋଜିତ

ଭୁବନେଶ୍ବର : ଯଦୁପୁର କୋଚିଲାପୁଟରେ ୭/୮ ପରିବାରର ୧୫ରୁ ଅଧିକ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ସ୍ବାସ୍ଥ୍ୟ ବିଭାଗ ମହାମାରୀ ରୋକିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳର ଏକ ନଳକୂପକୁ ବ୍ୟବହାର ଅନୁପଯୁକ୍ତ ଘୋଷଣା କରାଯିବା ସହିତ ବି‌ଶୋଧନ ପ୍ରକ୍ରିୟା ଜାରି ରହିଛି। କେବଳ ରାଜଧାନୀ ନୁହେଁ ପୁରୀ, ଖୋର୍ଧା ଓ କଟକ ଜିଲ୍ଲାର ସହରାଞ୍ଚଳରେ ଥିବା ବସ୍ତିକୁ ଟାର୍ଗେଟ୍‌ କରିଛି ସ୍ବାସ୍ଥ୍ୟ ବିଭାଗ। ଏହାସହ ଅନ୍ୟ ୨ଜିଲ୍ଲାର ଗ୍ରାମାଞ୍ଚଳକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ହରପ୍ରସାଦ ପଟ୍ଟନାୟକ କହିଛନ୍ତି, ଯଦୁପୁରରେ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। କେଉଁ ପରିସ୍ଥିତିରେ ସେଠାରେ ଝାଡ଼ାବାନ୍ତି ଦେଖାଦେଲା ତାହା ପରୀକ୍ଷାରୁ ସ୍ପଷ୍ଟ ହେବ। ଆଜି ସ୍ବାସ୍ଥ୍ୟ ବିଭାଗର ଟିମ୍ ବିଶୋଧନ କାର୍ଯ୍ୟରେ ଲାଗିଛନ୍ତି। ବାତ୍ୟା ପୂର୍ବରୁ ଗୋଟିଏ ପର୍ଯ୍ୟାୟ ‌ବିଶୋଧନ କରାଯାଇଥିଲା। ପ୍ରତି ପଞ୍ଚାୟତ ପାଇଁ ଜଣେ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହୋଇଛନ୍ତି। ସେମାନେ ପ୍ରତି ଅଞ୍ଚଳକୁ ଯାଇ କେଉଁ ଜଳ ଉତ୍ସ ବିଶୋଧନ ହୋଇଛି କି ନାହିଁ ତାହାର ଯାଞ୍ଚ କରୁଛନ୍ତି। ଆସନ୍ତା ୨ଦିନ ଭିତରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଡା.ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର