ଲୁଚିବାକୁ ଯାଇ ଗୋବର ଖାତରେ ପଡ଼ିଯାଇଥିଲି : ଶ୍ରୀକାନ୍ତ ଗୌତମ

ଅଭୁଲା ଚଗଲା ଦିନ

ପିଲା ଦିନେ ମୁଁ ବହୁତ ଶାନ୍ତ ସ୍ବଭାବର ଥିଲି। କିନ୍ତୁ ସେହି ସମୟରେ ଏମିତି କିଛି ଚଗଲାମି କରିଥିଲି, ଯାହାକୁ ଆଜି ଯାଏ ମୁଁ ଓ ମୋ ମାମୁଁ ଘର ଲୋକ କେହି ଭୁଲି ନାହାନ୍ତି। ଖରାଛୁଟି ଥାଏ। ଆମେ ମାମୁଁ ଘର ଯାଇଥାଉ। ମାମୁଁ ଘରେ ଥିବା ଖୁଣ୍ଟଗୁଡ଼ିକ ଦୁର୍ବଳ ଥିବା କାରଣରୁ ଦଉଡ଼ି ବନ୍ଧା ହେଇଥାଏ। ମୁଁ ସେ ଦଉଡ଼ିକୁ ଧରି ଝୁଲୁଥାଏ। ଫଳରେ ହଠାତ୍‌ ଗୋଟିଏ ଖୁଣ୍ଟ ଉପୁଡ଼ିଗଲା। ଏହାକୁ ଦେଖି ମୁଁ ବହୁତ ଡରିଗଲି। ମାଡ଼ ଖାଇବା ଭୟରେ ଦୌଡ଼ି ଦୌଡ଼ି ଯାଇ ଗୋଟିଏ ଗଛ ଉପରେ ଚଢ଼ିଗଲି। ହେଲେ ମୋ ଦୁର୍ଭାଗ୍ୟ, ମୁଁ ଚଢ଼ିଥିବା ଗଛ ସଜନା ଗଛ ଥିଲା । ସେ ଗଛରେ ଚଢ଼ି ଡାଳ ଉପରେ ବସିବା ବେଳକୁ ସରୁ ଡାଳଟି ଭାଙ୍ଗିଗଲା ଆଉ ମୁଁ ଦୁମ୍‌କିନା‌ ଗୋବର ଖାତ ଉପରେ ପଡ଼ିଲି। ମାମୁଁ ଘର ଲୋକଙ୍କଠାରୁ ଲୁଚିବା ପାଇଁ ପ୍ରାଣ ବିକଳରେ ପୁଣି ନଈ କୂଳକୁ ‌ଦଉଡ଼ିଲି । ସେଠାରେ ସନ୍ଧ୍ୟା ପର୍ଯ୍ୟନ୍ତ ଲୁଚି ରହିଲି। ଏଣେ ମ‌େତ ନ ପାଇ ମୋ ମାମୁଁ ଚାରି ଆ‌େଡ଼ ଖୋଜାଖୋଜି କରୁଥିଲେ। ସନ୍ଧ୍ୟାରେ ମତେ ନଈ କୂଳରେ ପାଇ କାଖେଇ ବହୁତ ଗେହ୍ଲା କଲେ ଆଉ ଘରକୁ ନେଇଗଲେ। ଯଦିଓ ସେହି ସମୟରେ ମୁଁ ଚଗଲା ନଥିଲି। କିନ୍ତୁ ମୋ ଅଜଣାତରେ ଏମିତି କିଛି ଘଟଣା ଘଟିଯାଇଥିଲା ଯାହାକୁ ଆଜି ଭାବିଲେ ମନଖୁସି ହୋଇଯାଏ।

ସମ୍ବନ୍ଧିତ ଖବର