ସ୍କୁଟିକୁ ପିଟିଲା ଅଜଣା ଗାଡ଼ି, ୧ ମୃତ

ଖଣ୍ଡଗିରି: ଶନିବାର ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭୁବନେଶ୍ୱର ବାଣୀବିହାର ନିକଟ ଲକ୍ଷ୍ମୀବିହାରର ରଙ୍କନିଧି ସାମନ୍ତରାୟଙ୍କ ପୁଅ ସତ୍ୟରଂଜନ(୩୬)। ଏହି ଦୁର୍ଘଟଣାରେ ସତ୍ୟଙ୍କ ବନ୍ଧୁ ମଧ୍ୟ ଗୁରୁତର ଆହତ ହୋଇ ଚିିକିତ୍ସିତ ହେଉଛନ୍ତି। ମାତ୍ର ତାଙ୍କ ପରିଚୟ ମିଳିପାରିିନାହିଁ। ପୁଲିସ ସତ୍ୟଙ୍କ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଅଧିକ ତଦନ୍ତ ଜାରି ରଖିଛି। ପୁଲିସ ସୂଚନାନୁସାରେ ସତ୍ୟ ଓ ତାଙ୍କ ବନ୍ଧୁ ଏକ ହୋଣ୍ଡା ଆଭିଏଟର (ଓଡି୩୩ଜେ-୩୫୧୨) ଯୋଗେ ଖୋର୍ଧାରୁ ଭୁବନେଶ୍ୱର ଯାଉଥିଲେ। ସେମାନେ ପିତାପଲ୍ଲୀ ଛକରେ ପହଞ୍ଚିଥିବାବେଳେ ପଛରୁ ଯାଉଥିବା କୌଣସି ଭାରୀଯାନ ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲା। ଦୁଇ ବନ୍ଧୁ ଗୁରୁତର ଅବସ୍ଥାରେ ରାଜପଥରେ ପଡ଼ିଥିବା ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍‌ସ ଯୋଗେ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ମାତ୍ର ସେତେବେଳକୁ ସତ୍ୟରଂଜନଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟଜଣଙ୍କ ଅବସ୍ଥା ସକଂଟାପନ୍ନ ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ଘଟାଇ ଫେରାର୍‌ ହୋଇ ଯାଇଥିବା ଗାଡ଼ିକୁ ଠାବ କରିବା ପାଇଁ ପୁଲିସ ଛାନ୍‌ଭିନ୍‌ ଜାରି ରଖିଛି।

ସମ୍ବନ୍ଧିତ ଖବର