ଦୁର୍ଘଟଣାରେ ୨ ମୃତ

ଖଣ୍ଡଗିରି: ଆଜି ରାତି ପ୍ରାୟ ୧୧ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ପାତ୍ରପଡ଼ା ଛକରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଖଣ୍ଡଗିରି ଥାନା ପୁଲିସ୍‌ ଆହତଙ୍କୁ ଏମ୍‌ସରେ ଭର୍ତି କରି ଅଧିକ ତଦନ୍ତ ଜାରି ରଖିଛି। ସୂଚନାନୁସାରେ ୨ ଜଣ ଯୁବକ ଖୋର୍ଧାରୁ ଭୁବନେଶ୍ବର ଦିଗରେ ଏକ ବାଇକ୍‌ (ଓଆର୍‌ ୦୫ ଏଲ୍‌ ୦୭୪୪) ଯୋଗେ ଯାଉଥିଲେ। ସେମାନେ ପାତ୍ରପଡ଼ା ବଜାରରେ ପହଞ୍ଚିଥିବା ବେଳେ ପଛରୁ ଆସୁଥିବା କୌଣସି ଏକ ଭାରୀଯାନ ସେମାନଙ୍କୁ ‌ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଫଳରେ ବାଇକ୍‌ଟି ଚୂରମାର୍‌ ହୋଇଯାଇଥିଲା। ଯୁବକ ଦ୍ବୟ ଆହତ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଦ୍ବୟଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତି କରିଥିଲା। ମାତ୍ର ଡାକ୍ତର ସେଠାରେ ଜଣେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଖଣ୍ଡଗିରି ଟ୍ରାଫିକ୍ ଛକରୁ ମାତ୍ର ଅଳ୍ପ କିଛି ଦୂରରେ କୌଣସି ଅଜଣା ଗାଡ଼ି ଧକ୍କାରେ ଜଣେ ଅପରିଚିତ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଙ୍କ ବୟସ ପ୍ରାୟ ୪୦ ହେବ।

ସମ୍ବନ୍ଧିତ ଖବର