ଅଜଣା ଗାଡ଼ି ଧକ୍କାରେ ଟ୍ରକ୍‌ ଚାଳକ ମୃତ

ଖଣ୍ତଗିରି: ବୁଧବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ କୋସକାର ଗଦାଧର ଜେନା(୪୦)। ସେ ଯାଁଳା ଶିଳ୍ପାଞ୍ଚଳର ଏକ କମ୍ପାନିର ଟ୍ରକ୍‌ ଡ୍ରାଇଭର୍‌ ଥିବା ଜଣାପଡ଼ିଛି। ବୁଧବାର ରାତି ପ୍ରାୟ ସାଢେ଼ ୧୧ଟାବେଳେ ଗଦାଧର ସ୍ଥାନୀୟ ଏକ ହୋଟେଲ୍‌ରୁ ଖାଇସାରି ଭଡ଼ାଘରକୁ ଫେରୁଥିଲେ। ଖୋର୍ଧାରୁ ଭୁବନେଶ୍ବର ଦିଗରେ ଯାଉଥିବା କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ଗଦାଧର ଗୁରୁତର ଆହତ ହୋଇ ପଡ଼ିଥିବାବେଳେ ଯାଁଳା ଫାଣ୍ତି ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ପରେ ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲେ ବି ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର‌୍‌ ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର