ବ୍ୟବସାୟୀଙ୍କୁ ପିଟିଲେ, କାର୍‌ ଭାଙ୍ଗି‌ଦେଲେ, ଅଭିଯୁକ୍ତ ଗିରଫ

ମା’ ଗୌରୀ ଜୁଏଲାରିରୁ ଲୁଟ୍‌ ଘଟଣା, ଏରାଗୋଲା ଗ୍ୟାଙ୍ଗର ଦୁଇ ଗିରଫ

ଭୁବନେଶ୍ବର : ଦାଦାବଟି ନ ଦେବାରୁ ବ୍ୟବସାୟୀଙ୍କୁ ମାଡ଼ ମାରିବା ସହ ତାଙ୍କ କାର୍‌ ଭାଙ୍ଗିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଝାରପଡ଼ା ଅଞ୍ଚଳର ଭଜମନ ବେହେରା(୨୫)ଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଗତ ୫ତାରିଖ ରାତିରେ ଭଜମନ ଓ ତା’ ସହଯୋଗୀମାନେ କେଶୁରା ମଙ୍ଗରାଜ ପଏଣ୍ଟରେ ଥିବା ଶ୍ରୀମୟ ରାଉତଙ୍କ ବିସ୍କୁଟ୍‌ ଗୋଦାମରେ ପଶିଥିଲେ। ସେଠାରେ ତାଙ୍କୁ ଧମକାଇବା ସହ ଦାବାବଟି ବାବଦକୁ ଏକ ଲକ୍ଷ ଟଙ୍କା ମାଗିଥିଲେ। କିନ୍ତୁ ବଟି ଦେବାକୁ ଶ୍ରୀମୟ ଅମଙ୍ଗ ହେବାରୁ ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ କାର୍‌ ଭାଙ୍ଗି ଦେଇଥିଲେ। ଏନଇେ ଶ୍ରୀମୟ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଭଜମନକୁ ଗିରଫ କରି କ‌ୋର୍ଟଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି।

ମା’ ଗୌରୀ ଜୁଏଲାରିରୁ ଲୁଟ୍‌ ଘଟଣା, ଏରାଗୋଲା ଗ୍ୟାଙ୍ଗର ଦୁଇ ଗିରଫ

ଭୁବନେଶ୍ବର : ଇନ୍ଦ୍ରଧନୁ ମାର୍କେଟ୍‌ର ମା’ଗୌରୀ ଜୁଏଲାରି ଦୋକାନରୁ ୩୦ଲକ୍ଷ ଟଙ୍କାରେ ସୁନାଗହଣା ଲୁଟ୍‌ ଘଟଣାର ୨ ମାସ ପରେ କମିସନରେଟ୍‌ ପୁଲିସ ଏରାଗୋଲା ଗ୍ୟାଙ୍ଗର ୨ ଲୁଟେରାକୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୫ଲକ୍ଷ ଟଙ୍କାର ସୁନାଗହଣା ଜବତ କରିଛି। ଗତ ମାର୍ଚ୍ଚ ୨୮ ତାରିଖ ରାତି ପ୍ରାୟ ୧୦ଟା ସମୟରେ ମା’ ଗୌରୀ ଜୁଏଲାରିର ଲକ୍ଷ୍ମୀଧର ଓ ତାଙ୍କ ପତ୍ନୀ ଗହଣା ବ୍ୟାଗ୍‌ ରଖି ସଟର୍‌ ବନ୍ଦ କରୁଥିବା ବେଳେ ସେଠାରେ ବୁଲୁଥିବା ଜଣେ ଯୁବକ ବ୍ୟାଗ୍‌କୁ ନେଇଯାଇଥିଲା। ଏ ନେଇ ଲକ୍ଷ୍ମୀଧର ନୂଆପଲ୍ଲୀ ଥାନା ପୁଲିସକୁ ଜଣାଇଥିଲେ। ଲୁଟେରାଙ୍କୁ ଚିହ୍ନଟ ପରେ ସେମାନଙ୍କ ଠିକଣା ଠାବ କରି ପୁଲିସ ଓ ସ୍ପେସାଲ ସ୍କ୍ବାଡ୍‌ ପୁଲିସର ଦୁଇଟି ଟିମ୍‌ ଗଞ୍ଜାମ ଜିଲ୍ଲା ଆସ୍କାରେ ମିଳିତ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର