ପ୍ରଯୋଜନାରେ ପାଦ ଥାପିଲେ ୩ ଅଭିନେତା

ଭୁବନେଶ୍ବର: ଅଭିନୟ ମାଧ୍ୟମରେ ଲୋକଙ୍କ ମନ ଜିଣି ଆସିଥିବା ୩ ଅଭିନେତା ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି। ୩ଜଣ ଏକାଠି ଚଳଚ୍ଚିତ୍ର, ଧାରାବାହିକ, ୱେବ୍‌ସିରିଜ୍‌, ଅନ୍‌ଲାଇନ୍‌ ଭିଡିଓ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡ଼ିଛନ୍ତି। ସମରେଶ ରାଉତରାୟଙ୍କ ‘ଏସ୍‌୩ ମୁଭିଜ୍‌’, ସମ୍ବିତ ଆଚାର୍ଯ୍ୟଙ୍କ ‘ଲାବଣ୍ୟ ପିକ୍ଚର୍ସ’ ଏବଂ ଦୁର୍ଗାକିଙ୍କର ଦାଶ(ବୁଲୁ)ଙ୍କ ‘ଡିକେଏଫ୍‌’ ଏକାଠି ହୋଇ ୨ଟି ଚଳଚ୍ଚିତ୍ର ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ‘ଆୱାରା ଦିଲ୍‌’ ଏବଂ ‘ଟିକେ ଲଭ୍‌ ଟିକେ ଟ୍ବିଷ୍ଟ୍‌’ ଚଳଚ୍ଚିତ୍ରର ନାମ ଘୋଷଣା କରାଯାଇଛି। ଦୁଇଟି ଚଳଚ୍ଚିତ୍ରରେ ସମ୍ବିତ ଓ ପୁନମ ମିଶ୍ର ଅଭିନୟ କରୁଛନ୍ତି। ପ୍ରଥମ ଚଳଚ୍ଚିତ୍ରରେ ସୁଧାକର ବସନ୍ତ ଏବଂ ଦ୍ବିତୀୟ ଚଳଚ୍ଚିତ୍ରର ନିର୍ଦେଶନା ଦେଉଛନ୍ତି ଏସ୍‌କେ ମୁରଲୀଧରନ୍‌। ଆଜି ମେ’ ଫେୟାରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ୩ଜଣଙ୍କୁ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, କଳିଙ୍ଗ ଟିଭିର ହିମାଂଶୁ ଖଟୁଆ, ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ ପ୍ରମୁଖ ଶୁଭକାମନା ଜଣାଇଥିଲେ। ସଂଳାପକାର ଡ.ରଜନୀ ରଂଜନ, ପ୍ରଣୟ ଜେଠୀଙ୍କ ସମେତ ବହୁ କଳାକାର ଓ ଟେକ୍ନିସିଆନ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର