୧୭ରୁ ଆଦିଗୁରୁ ପଙ୍କଜ ଉତ୍ସବ

ସଞ୍ଚିତା ଭଟ୍ଟାଚାର୍ଯ୍ୟ ପାଇବେ ମାହାରୀ ସମ୍ମାନ

ଭୁବନେଶ୍ୱର: ଆଦିଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନର ୨୪ ତମ ଅଧିବେଶନ ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ପାଳନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ହୋଟେଲ କେଶରୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସଭାପତି ବଟକୃଷ୍ଣ ତ୍ରିପାଠୀ କହିଛନ୍ତି, ଉତ୍ସବର ଶେଷ ଦିନରେ କଲିକତାର ବିଶିଷ୍ଟ ନୃତ୍ୟଶିଳ୍ପୀ ସଞ୍ଚିତା ଭଟ୍ଟାଚାର୍ଯ୍ୟଙ୍କୁ ମାହାରୀ ସମ୍ମାନ ପ୍ରଦାନ କରାଯିବ। ଉତ୍ସବର ଉଦ୍‌ଘାଟନୀ ଦିବସରେ ଗୁରୁ ପଙ୍କଜ ଚରଣ ଦାସଙ୍କ ଜୟନ୍ତୀ ଅବସରରେ ବିଶିଷ୍ଟ ଶିଳ୍ପୀ ରତ୍ନା ରାୟଙ୍କୁ ଗୁରୁ ପଙ୍କଜ ଚରଣ ସମ୍ମାନରେ ସମ୍ମାନିତ କରାଯିବ। ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିଷ୍ଠିତ ଶିଳ୍ପୀ ଯୋଗଦେବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଶରତ ଦାସ, ମନୋରଞ୍ଜନ ପଟ୍ଟନାୟକ, ସୁହାଗନଳିନୀ ଦାସ ପ୍ରମୁଖ ଅନୁଷ୍ଠାନର କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର