ଆଦିବାସୀ ଓ ଦଳିତଙ୍କ ଅଧିକାର ପାଇଁ ବିକ୍ଷୋଭ

ଭୁବନେଶ୍ୱର : ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡ଼ିଶା ଦଳିତ ଶୋଷଣ ମୁକ୍ତି ମଞ୍ଚ ପକ୍ଷରୁ ଆଜି ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ୧୫ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ଓ ଦଳିତମାନେ ଏକାଠି ହୋଇଥିଲେ।

ସଂଘର ଦାବି ମଧ୍ୟରେ ରହିଛି, ଦଳିତଙ୍କ ଶ୍ମଶାନ ଜମିକୁ ରାଜସ୍ୱ ରେକର୍ଡଭୁକ୍ତ କରିବା ଓ ଜମିକୁ ମାଫିଆଙ୍କ କବଳରୁ ରକ୍ଷା କରାଯାଉ। ହଡ଼ପ ଜମିକୁ ଫେରସ୍ତ, ଭୂମିହୀନଙ୍କୁ ଦଖଲ ଜମିର ପଟ୍ଟା ଓ ଜାତି ପ୍ରମାଣ ପତ୍ର ପ୍ରଦାନ କରାଯାଉ। ପଟ୍ଟା ଜମିର ଖଜଣା କାଟିବା, ବ୍ୟବହାର ନ ହୋଇ ଇଏସ୍‌ଆଇ ଦଖଲରେ ଥିବା ଜମିକୁ ଆଦିବାସୀଙ୍କୁ ଫେରସ୍ତ, ଆଦିବାସୀ ଗାଁକୁ କ୍ଷତି ପହଞ୍ଚାଉଥିବା ବନ୍ୟପ୍ରାଣୀ ଅଭୟାରଣ୍ୟର ସଂପ୍ରସାରଣ, ଦଳିତ ଗ୍ରାମକୁ ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା ଓ ଚନ୍ଦକା ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ପାଇଁ ଦାବି ହୋଇଥିଲା।

ବିକ୍ଷୋଭରେ ସୁରେଶ ପାଣିଗ୍ରାହୀ, ସାଲ ମାର୍ଣ୍ଡି, ପ୍ରଫୁଲ୍ଲ ଭୋଇ, ବିକ୍ରମ ନାୟକ, ଚାମ୍ବୁରୁ ସୋରେନ୍‌, ରବୀନ୍ଦ୍ର ଟୁଡ଼ୁ, ସୁକାନ୍ତ ସେଠୀ, ରଞ୍ଜନ କାଣ୍ଡି, ବିନୋଦ ଭୋଇ, ଜାଣ୍ଡୁକା ପୂର୍ତି, ବିଜୟ ସୋରେନ୍‌, ବିକଳ ଦେହୁରୀ, ପାତେଳି ନାୟକ ଓ ଶାନ୍ତି ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର