ନନ୍ଦନକାନନ ପାଇଁ ଖୁସି ଖବର : ଆସିବ ଆଫ୍ରିକାନ୍‌ ଚିତା

ଭୁବନେଶ୍ୱର : ନନ୍ଦନକାନନ ପାଇଁ ଖୁସି ଖବର। ଅଗଷ୍ଟ ସୁଦ୍ଧା ଆନାକୋଣ୍ଡା,‌ ଜେବ୍ରା ଓ ଆଫ୍ରିକାନ୍‌ ଚିତା ନନ୍ଦନକାନନକୁ ଆସିବେ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଏହି ନୂଆ ପ୍ରାଣୀଙ୍କୁ ଅଣାଯିବ ବୋଲି କହିଛନ୍ତି ପିସିସିଏଫ୍‌ ଅଜୟ ମହାପାତ୍ର। ମାଡ୍ରାସ୍‌ କ୍ରକୋଡାଇଲ୍‌ ବ୍ୟାଙ୍କ୍‌ ଟ୍ରଷ୍ଟରୁ ଆନାକୋଣ୍ଡା ଆସିବାକୁ ଥିବା ବେଳେ ନେଦରଲ୍ୟାଣ୍ଡ୍‌ର ଏକ ଚିଡ଼ିଆଖାନାରୁ ଜେବ୍ରା ଓ ଆଫ୍ରିକାନ୍‌ ଚିତା ଆସିବାକୁ ଯୋଜନା ହୋଇଛି। ପୂର୍ବରୁ ସାତକୋଶିଆ, ଟିକରପଡ଼ା ଓ ସୁନାଖଣିଆରେ ୫ଟି ଘଡ଼ିଆଳ ଛଡ଼ାଯାଇଛି। ଘଡ଼ିଆଳଙ୍କ ବେକରେ ରେଡିଓ କୋଲାର ଲଗାଯାଇଛି। ସେମାନଙ୍କର ଗତିବିଧି ଉପରେ ଏହି କୋଲାର ଜରିଆରେ ନଜର ରଖାଯାଇଛି।

ସମ୍ବନ୍ଧିତ ଖବର