ଭୁବନେଶ୍ବର: ଲକ୍ ଡାଉନ୍ ଯୋଗୁଁ ସମସ୍ତ ହୋଟେଲ, ଢାବା ବନ୍ଦ ରହିଛି। ସହରର ସମସ୍ତ ଆହାର କେନ୍ଦ୍ର ମଧ୍ୟ ବନ୍ଦ ରହିଛି। କେବଳ ଖୋଲା ରହିଛି କ୍ୟାପିଟାଲ ହସ୍ପିଟାଲ୍ ପରିସରର ଆହାର କେନ୍ଦ୍ର। ଏଭଳି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ଗଣ୍ଡେ ଖାଇବା ପାଇଁ ଏହି ଆହାର କେନ୍ଦ୍ର ସମ୍ମୁଖରେ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଲମ୍ବିଥିଲା ଲୋକଙ୍କ ଲମ୍ବା ଧାଡ଼ି। ଧୁ ଧୁ ଖରାରେ ଶହ ଶହ ଲୋକ ଖାଇବା ପାଇଁ ଅପରାହ୍ଣ ୪ଟା ଯାଏଁ ଠିଆ ହୋଇ ରହିଥିଲେ। ରୋଗୀ କମ୍ ଥିଲେ ବି ହସ୍ପିଟାଲ୍ ଆହାର କେନ୍ଦ୍ରକୁ ଲୋକଙ୍କ ସୁଅ ଛୁଟିଥିଲା। ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିବା ଲୋକଙ୍କୁ ପରସ୍ପରଠାରୁ ୧ ମିଟର ଦୂରତାରେ ଠିଆ ହେବାର ବ୍ୟବସ୍ଥା କରାଯାଇଥିଲା। ଲୋକଙ୍କ ସୁରକ୍ଷା ଓ ସଚେତନତା ଦୃଷ୍ଟିରୁ ବିଭିନ୍ନ ପ୍ରର୍ଯ୍ୟାୟରେ ଅଳ୍ପ ଅଳ୍ପ ଲୋକଙ୍କୁ ଖାଇବାକୁ ଦିଆଯାଉଥିଲା। ୧୨ଟାରୁ ଆରମ୍ଭ ହୋଇଥିବା ଆହାର କେନ୍ଦ୍ରର ଖାଦ୍ୟ ବଣ୍ଟନ ପ୍ରକ୍ରିୟା ପ୍ରାୟ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିଥିଲା। କିଛି ଲୋକ କିଛି ଉପାୟ ନ ପାଇ ଭୋକରେ ଆଉଟୁ ପାଉଟୁ ହୋଇ ନିଜ ପାଳି ପଡ଼ିବାକୁ ଅପେକ୍ଷା କରି ରହିଥିଲେ ତ’ ପୁଣି କିଛି ଲୋକ ଭୋକ ସମ୍ଭାଳି ନ ପାରି ଫେରିଯିବାକୁ ବାଧ୍ୟ ହୋଇଥିଲେ।
କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର: ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଜଗିଲେ କ୍ଷୁଧାର୍ତ୍ତ
/sambad/media/post_attachments/wp-content/uploads/2020/03/d87h8d7jh9dg8jh7d9g87dg98j7d9g8j.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)