ଅଜିବ ଦାସ୍‌ତାଁ ହୈ ୟେ…

ଭୁବନେଶ୍ବର: ଆଗାମୀ ଦିନର କଣ୍ଠ ସଂଗୀତର ଭବିଷ୍ୟତଙ୍କୁ ମଞ୍ଚ ଦେଇ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଶକୁନ୍ତଳା ମ୍ୟୁଜିକ୍‌ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି ‘ସିଙ୍ଗର୍ସ ଅଫ୍‌ ଟୁମରୋ’। ସଂଗୀତ ଗୁରୁ ସାରଦା ପ୍ରସନ୍ନ ସାହୁଙ୍କ ତତ୍ତ୍ବାବଧାନରେ ଶିଳ୍ପୀମାନେ କାଳଜୟୀ ଗୀତ ଭେଟି ଦେଇଥିଲେ। ସତ୍ୟମ ଶିବମ ସୁନ୍ଦରମ.., ହୋସ ୱାଲୋଁକୋ ଖବର.., ତେରେ ବିନା ଜିୟା ଜାଏନା.., ସିଲସିଲା ହୈ ଚାହତ କା.., ନିଦ ଭରା ରାତି.., ଲମ୍ବି ଜୁଦାଇ.., ତଡ଼ପ ତଡ଼ପ ଦିଲ୍‌ ଦେ.., ପାଦରେ ପାଦ ଛନ୍ଦା.., ସୋନା କିତ୍‌ନା ସୋନା ‌ହୈ.., ଅଜିବ ଦାସ୍‌ତା ହୈ ୟେ.. ଭଳି ଗୀତ ଗାଇ ଶୁଣାଇଥିଲେ ଋତୁପର୍ଣ୍ଣା, ଶୁଭଜ୍ୟୋତି, ଅଲିଭା, ଦେବାଂଶୁ, ସ୍ବର୍ଣ୍ଣାଲି, ସୀମା, ନିର୍ବିଶେଷୁ, ଆର୍‌ ଅଙ୍କିତା, ଯସ୍ମିନ, ଦେବାଂଶୁ, ପଲ୍ଲବୀ, ଆକାଂକ୍ଷା, ଅନୁରାଧା, ନାଏସା, ଇଭା, ଶ୍ବସ୍ତିଦ୍ବିତୀଙ୍କ ପରି ଶିଳ୍ପୀବୃନ୍ଦ। ଜ୍ୟୋତିର୍ମୟୀ ଓ ଦିବ୍ୟାନୀ ମଂଚ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର