ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ ପକ୍ଷରୁ ଅକ୍ଷୟ ତୃତୀୟା

ଭୁବନେଶ୍ୱର: ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ ପକ୍ଷରୁ ସ୍ଥାନୀୟ ଭାରତୀୟ ବିଦ୍ୟାଭବନ ପରିସରରେ ଅକ୍ଷୟ ତୃତୀୟା ପର୍ବ ପାଳିତ ହୋଇଛି। ଏଥିରେ ଇଂ ଗଣେଶ ଚନ୍ଦ୍ର ପଣ୍ଡାଙ୍କୁ ସୁଦର୍ଶନ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ରବୀନ୍ଦ୍ର ନାଥ ପ୍ରତିହାରୀଙ୍କୁ ବଳଭଦ୍ର ସମ୍ମାନ, ଚନ୍ଦ୍ରମଣି ନାରାୟଣ ସ୍ୱାମୀଙ୍କୁ ସୁଭଦ୍ରା ସମ୍ମାନ, ଡ ସୁବାସ ପାଣିଙ୍କୁ ଜଗନ୍ନାଥ ସମ୍ମାନ ଓ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଅନନ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ଅନୁଷ୍ଠାନର ସମ୍ପାଦକ ପୀତବlସ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାତକଡ଼ି ହୋତା ସଭାପତିତ୍ୱ କରିଥିଲେ। ଏହି ଅବସରରେ ନିବେଦିତା ଆଚାର୍ଯ୍ୟଙ୍କ ଲିଖିତ ‘ମଝି ଦରିଆରେ ମୁଁ’ ଓ ‘ମୋ ଜଗନ୍ନାଥ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ବଳଦେବ ମହାରଥାଙ୍କ ଲିଖିତ ଏହି ପୁସ୍ତକର ପ୍ରଚ୍ଛଦପଟ ଅତିଥିମାନେ ଉନ୍ମୋଚିତ କରିଥିଲେ। ମୁଖ୍ୟଅତିଥି ଭାବେ ପଦ୍ମଭୂଷଣ ରମାକାନ୍ତ ରଥ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଶରତ କର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଅରୁଣା ମହାନ୍ତି ଯୋଗ ଦେଇଥିଲେ। ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦାମୋଦର ସେନାପତି ଓ ଅମିତାପ୍ରଭା ସ୍ୱାଇଁ ଭଜନ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର