ସଂଗୀତରେ ନବରସ ପରସ, ଅକ୍ଷୟ ତୁମେ ଆଜି ବି କିଶୋର

ଭୁବନେଶ୍ୱର: ସଂଗୀତରେ ଶୁଭୁଥିଲା ନବରସ ପରସ। ଏକ ‘ଐସେ ଗଗନ୍‌ କେ ତଲେ.., ‘ଏଇ ଯେ ବନଲତା ପାହାଡ଼.. ଭଳି ଶାନ୍ତ ରସର ସଂଗୀତ ହେଉ ଅବା ‘ଚକୋରି ଝରାନା ଲୁହ.., ‘ୟେ ଲାଲ୍‌ ରଙ୍ଗ୍‌ କବ୍‌ ମୁଝେ ଛୋଡ଼େଗା..ଭଳି କରୁଣ ରସର ସଂଗୀତ। ଗୋଟିଏ ପରେ ଗୋଟିଏ ନବରସକୁ ସଂଗୀତରେ ବ୍ୟକ୍ତ କରିଥିଲେ ଜଣାଶୁଣା କଣ୍ଠଶିଳ୍ପୀ ବିଭୁକିଶୋର, ଲୋପାମୁଦ୍ରା, ଅର୍ପିତ, ଲୋପା ପ୍ରିୟଦର୍ଶିନୀ। ଅବସର ଥିଲା ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସଂଗୀତର ବିଶେଷ କାର୍ଯ୍ୟକ୍ରମ ‘ଅକ୍ଷୟ ତୁମେ ଆଜି ବି କିଶୋର’। ଅକ୍ଷୟ ମହାନ୍ତି ଏବଂ କିଶୋର କୁମାରଙ୍କର ଗୀତଗୁଡ଼ିକୁ କଣ୍ଠଶିଳ୍ପୀମାନେ ପରିବେଷଣ କରିଥିଲେ। ପ୍ରାରମ୍ଭରେ ଲୋପାମୁଦ୍ରା, ଇଶିତା ଓ ଦୀପେଶଙ୍କ ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ।

ବିଭୁକିଶୋର ଚାରିଟେବଲ୍‌ ଟ୍ରଷ୍ଟ୍‍ ଏବଂ ଏବି ପ୍ରଡକ୍ସନ୍‌ର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବରିଷ୍ଠ ସାମ୍ବାଦିକ ତଥା ‘ସମୟ’ର ବାର୍ତା ସମ୍ପାଦକ ଦିଲ୍ଲୀପ ବିଶୋଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ପିୟୁଷ ମହାନ୍ତି ଉପସ୍ଥିତ ଥିଲେ। ଟ୍ରଷ୍ଟି ରାକ୍ଷୀ ଦାଶ ଓ ଡ.ଜେନାମଣି ସଂଜୀବ କୁମାର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର