ଆଲିସା ଫାଉଣ୍ଡେସନ୍‌ର ପିତାମାତା ପୂଜନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରେକ୍ଷାଳୟରୁ ଭାସି ଆସୁଥିଲା ହୁଳହୁଳିର ଶବ୍ଦ। ଫୁଲରେ ଶୃଙ୍ଗାର କରାଯାଉଥିଲା ଦେବାଦେବୀଙ୍କର। କିନ୍ତୁ ଏହା କୌଣସି ପ୍ରତିମା ପୂଜା ନ ଥିଲା। ଥିଲା ଚଳନ୍ତି ଠାକୁର ପିତାମାତାଙ୍କର ପୂଜନ। ପିତାଙ୍କ ମୁଣ୍ଡରେ ପଗଡ଼ି ବାନ୍ଧି ଏବଂ ମା’ମାନଙ୍କ ମୁଣ୍ଡରେ ଓଢ଼ଣି ଦେଇ ବସାଇବା ସହ ଆମ ସଂସ୍କୃତି, ପରମ୍ପରା, ବାପା ମା’ ଦେଇଥିବା ସଂସ୍କାର ଓ ଦୀର୍ଘ ବର୍ଷର ପୂଜ୍ୟପୂଜା ପରମ୍ପରାକୁ ଯେ ଆମେ ଭୁଲିନାହୁଁ ତାହା ପ୍ରମାଣିତ କରୁଥିଲେ କିଛି ଯୁବପିଢ଼ି। ଆଜି ଜାତୀୟ ପିତାମାତା ଦିବସ ଅବସରରେ ‘ଆଲିସା ଫାଉଣ୍ଡେସନ୍‌’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି ପିତାମାତା ପୂଜନ କାର୍ଯ୍ୟକ୍ରମ। ୩୫ ବର୍ଷରୁ ଊର୍ଧ୍ୱ ବିବାହିତ ଦମ୍ପତିଙ୍କୁ ନେଇ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅଭିନେତା ସବ୍ୟସାଚୀ ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ ସୁଶୀଲ ଦାସ ଓ ସ୍ମାର୍ଟ ସିଟି ଅଧିକାରୀ ପ୍ରତାପ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆଲିସା ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅନ୍ନଦା ପ୍ରଭା ରାୟ ଓ ସମ୍ପାଦକ ସୁଜିତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର