‘ଆମେ ଓଡ଼ିଆ’ର ୮ମ ଭାଗ ଲୋକାର୍ପିତ

ଭୁ‌ବନେଶ୍ବର: ନୃସିଂହ ଚରଣ ସାହୁଙ୍କ ସମ୍ପାଦିତ ଓ ପ୍ରକାଶିତ ଜୀବନୀ ଏନ୍ସାଇକ୍ଲୋପିଡିଆ ‘ଆମେ ଓଡ଼ିଆ’ ରାଜଭବନ ପରିସରରେ ଲୋକାର୍ପିତ ହୋଇଯାଇଛି। ଓଡ଼ିଶା ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହାକୁ ଲୋକାର୍ପଣ କରିଥିବା ବେଳେ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ‘ଆମେ ଓଡ଼ିଆ’ର ୮ମ ଭାଗରେ ୧ ହଜାରରୁ ଅଧିକ କବି, ଶିଶୁ ସାହିତ୍ୟିକ, ଗୀତିକବିଙ୍କ ଜୀବନୀ ଓ ପ୍ରତିଭାର ପରିଚୟ ଚିତ୍ର ସହ ସ୍ଥାନ ପାଇଛି। ପୂର୍ବରୁ ପ୍ରକାଶିତ ୭ ଖଣ୍ଡରେ ଓଡ଼ିଶାର ୩୧୦୦ରୁ ଅଧିକ ବରପୁତ୍ର, ସ୍ବାଧୀନତା ସଂଗ୍ରାମୀ ଓ ସାରସ୍ବତ ସାଧକଙ୍କ ଜୀବନ କାହାଣୀ ପ୍ରକାଶ ପାଇସାରିଛି। ଏହି ଅବସରରେ ବୈଜ୍ଞାନିକ ଡ. ରୂପଶ୍ରୀ ରାଗିଣୀ ଦାସଙ୍କୁ ‘ଆମେ ଓଡ଼ିଆ’ର ପୃଷ୍ଠପୋଷକ ଭାବେ ସମ୍ମାନିତ କରାଯାଇଥିଲା। ରାଜ୍ୟର ବହୁ ସାରସ୍ବତ ସାଧକ ଯୋଗଦେଇ ଶ୍ରୀ ସାହୁଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର