ଭୁବନେଶ୍ୱର : ଆଜି ହୋଟେଲ ପ୍ରେସିଡେନ୍ସିଠାରେ ମମତା ଓ ୟୁନିସେଫ୍ ପକ୍ଷରୁ ‘ଆମେ ଓ ଆମ କଥା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିଶୋରବସ୍ଥା ହେଉଛି ମନୁଷ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ଅଧିକାଂଶ କିଶୋର କିଶୋରୀମାନଙ୍କ ଶାରୀରିକ ଓ ମାନସିକତାରେ ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ସେମାନଙ୍କୁ ଠିକ୍ ମାର୍ଗଦର୍ଶନ କରାଇଲେ ସମାଜରେ ଅନେକ ଉନ୍ନତି ସାଧିତ ହୁଏ ବୋଲି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ତଥା ରାଜ୍ୟ ସ୍କାଉଟ୍ ଓ ଗାଇଡ୍ ସଭାପତି ବିଷ୍ଣୁଚରଣ ଦାସ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ଯ୍ୟକ୍ରମରେ ମମତାର ରାଜ୍ୟ ସହ ନିର୍ଦ୍ଦେଶକ ଡ. ସୁରେନ୍ଦ୍ର ଜେନା ଅଧ୍ୟକ୍ଷତାରେ କରିଥିଲେ। ୟୁନିସେଫ୍ର ଯୋଗାଯୋଗ ଅଧିକାରୀ ଡ. ଲୋପାମୁଦ୍ରା ତ୍ରିପାଠୀ ସମ୍ମାନିତ ବକ୍ତା ଏବଂ ନୂଆଦିଲ୍ଲୀ ସେଟଂର ଫର ଷ୍ଟଡି ଆଣ୍ଡ ସୋସିଆଲ ସିଷ୍ଟମ୍ର ଅଧ୍ୟକ୍ଷା ଡ. ନୀଲିକା ମେହୋରତ୍ରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କିଶୋରୀମାନଙ୍କୁ ନିଜ ଅଧିକାର ପାଇଁ ଲଢ଼ିବା ଆବଶ୍ୟକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ମମତା ଅନୁଷ୍ଠାନର ଡ. ସ୍ୱାଗତିକା ଦାସ୍, ଡ. ଅସିତ ମାନସିଂହ, ଡ. ଅଭିଳାଷ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଏନ୍ଏସ୍ଏସ୍, ସ୍ମାଉଟ୍ ଓ ଗାଇଡ଼ର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ସଫଳ ଅଧିକାରୀଙ୍କୁ ମାନପତ୍ର ସହ ସମ୍ମାନିତ କରିଥିଲେ। ଶେଷରେ ଜୟଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।