ଆନନ୍ଦ ଉତ୍ସବ ମନୋରମା, ସଂଗୀତାଙ୍କୁ ଆନନ୍ଦଶ୍ରୀ ସମ୍ମାନ

ଭୁବନେଶ୍ବର: ବିବିଧ ନୃତ୍ୟ ସହ ପ୍ରତିଭା ପୂଜାର କାର୍ଯ୍ୟକ୍ରମ ‘ଆନନ୍ଦ ଉତ୍ସବ’ ରବୀନ୍ଦ୍ର ମଣ୍ଡପରେ ଉଦ୍‌ଘାଟିତ ହୋଇଯାଇଛି। ‘କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍‌’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ମନୋରମା ମହାପାତ୍ର ଏବଂ କଣ୍ଠଶିଳ୍ପୀ ସଂଗୀତା ଗୋସାଇଁଙ୍କୁ ‘ଆନନ୍ଦଶ୍ରୀ ସମ୍ମାନ’ ପ୍ରଦାନ କରାଯାଇଛି। ନୃତ୍ୟାନୁଷ୍ଠାନର ୨୦୦ରୁ ଅଧିକ ଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। ସାଇଭଜନ, ଗୁରୁବନ୍ଦନା, ସମ୍ବଲପୁରୀ, ଭାରତନାଟ୍ୟମ, ବସନ୍ତ ପଲ୍ଲବୀ, ନମାମି ନୃତ୍ୟ ପରିବେଷିତ ହୋଇଥିଲା। ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ପ୍ରଦାନ ‌ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷ ଅବସର ବେଉରିଆ, ଟ୍ରଷ୍ଟି ତଥା ନୃତ୍ୟଶିଳ୍ପୀ ପୁଷ୍ପିତା ମିଶ୍ର, ପ୍ରଫେସର ରାଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅଂଶୁମାନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆହ୍ବାନ ନାୟକ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର