ଅନେ୍ଵଷଙ୍କ ‘ଇମ୍‌ପେସେଣ୍ଟ ଆଥେଇଷ୍ଟ’ ଉନ୍ମୋଚିତ

ଭୁବନେଶ୍ୱର: ୧୬ ବର୍ଷ ବୟସର ଅନେ୍ଵଷ ଶତପଥୀଙ୍କ ଲିଖିତ ଦାର୍ଶନିକ-ମନୋବିଜ୍ଞାନ ଭିତ୍ତିକ ଏକ ବିଶ୍ଳେଷଣାତ୍ମକ ପୁସ୍ତକ ‘ଇମ୍‌ପେସେଣ୍ଟ ଆଥେଇଷ୍ଟ’ ଆଜି ଇଡ୍‌କଲ ଅଡିଟୋରିୟମଠାରେ ଉନ୍ମୋଚିତ ହୋଇଯାଇଛି। ଏଥିରେ ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ଅନେ୍ଵଷଙ୍କ ଚିନ୍ତାଶୈଳୀ ଓ ଭାଷାଜ୍ଞାନକୁ ସେ ପ୍ରଶଂସା କରି କହିଲେ, ସଂସାରରେ ଅନେକ ଜିନିଷ ଅଛି, ଯାହା ମଣିଷକୁ ମଣିଷ ସହିତ ଯୋଡ଼ିଥାଏ। ସେଥିମଧ୍ୟରୁ ଭାଷା ହେଉଛି ଅନ୍ୟତମ। ଯାହା ଦ୍ୱାରା ଆମେ ଅନ୍ୟର ଭାବନା ଓ ଚିନ୍ତାଧାରାକୁ ବୁଝିବାରେ ସହଜ ହୋଇଥାଏ। ଅନେ୍ଵଷଙ୍କ ପରି ଚିନ୍ତାଧାରା ଆମ ଗଣତନ୍ତ୍ର ପାଇଁ ଏକ ଶୁଭ ଲକ୍ଷଣ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ଅନେ୍ଵଷ ଶତପଥୀ ତାଙ୍କ ପୁସ୍ତକର ପ୍ରାସଙ୍ଗିକତା, ଭଗବାନଙ୍କ ଅସ୍ତିତ୍ୱ, ଧର୍ମ ଉପରେ ବିଶ୍ୱାସ ଓ ଅବିଶ୍ୱାସ ସଂପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦୁଃଖୀଶ୍ୟାମ ଦାଶ, ପ୍ରଫେସର ଶିଶିର ପଣ୍ଡା, ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅଭୟ କୁମାର ମଲ୍ଲିକ, ତଡିତ୍‌ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର