୧୨ରୁ ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ଧାରଣା

ଭୁବନେଶ୍ୱର: ପାଞ୍ଚ ଦଫା ଦାବି ନେଇ ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଫେବୃଆରି ୧୨ ତାରିଖରୁ ଲୋୟର ପିଏମ୍‌ଜିରେ ଧାରଣା ଦେବ। ଆଜି ସଂଘ ପକ୍ଷରୁ ଓଡ଼ିଶା ପ୍ରେସ୍‌ କ୍ଲବଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସପ୍ତମ ବେତନ କମିସନ ହାରରେ ଦରମା ପ୍ରଦାନ, ପ୍ରାଣୀଧନ ନିରୀକ୍ଷକଙ୍କୁ ଡିପ୍ଲୋମା ମାନ୍ୟତା ପ୍ରଦାନ, ପ୍ରାଣୀଧନ ନିରୀକ୍ଷକ କ୍ୟାଡର ପୁନଃ ଗଠନ ସହ କାର୍ଯ୍ୟ ସାରଣୀର ସଂଶୋଧନ, ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ନିୟମାବଳୀର ସଂଶୋଧନ ଆଦି ସଂଘର ପ୍ରମୁଖ ଦାବି ରହିଛି। ବାରମ୍ବାର ପ୍ରତିବାଦ ସତ୍ତ୍ୱେ ସଂଘର ଦାବି ପୂରଣ ନେଇ ସରକାର ଦୃଷ୍ଟି ଦେଉନଥିବାରୁ ଏଥର ଦାବି ପୂରନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଭାପତି ଉପେନ୍ଦ୍ରନାଥ ରଣା ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର