କଳିଙ୍ଗ ଆଡ୍‌ଭାନ୍‌ସ ସ୍କୁଲ୍‌ର ବାର୍ଷିକ ଉତ୍ସବ 

ଚନ୍ଦ୍ରଶେଖରପୁର : ହଂସପାଳସ୍ଥିତ ସତ୍ୟ ବିହାର ପରିସରରେ ଥିବା ‘କଳିଙ୍ଗ ଆଡଭାନସ୍‌ ପବ୍ଲିକ୍‌ ସ୍କୁଲ୍‌’ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଅନୁଷ୍ଠାନର କୁନିକୁନି ଛାତ୍ରଛାତ୍ରୀମାନେ ସକାଳେ ବିଭିନ୍ନ ପ୍ରକାର ବିଜ୍ଞାନ ପ୍ରକଳ୍ପମାନ ପଦର୍ଶନ କରିଥିଲେ। ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ସେମାନଙ୍କ ପ୍ରକଳ୍ପ ନିର୍ମାଣ କରିବାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଲିଉଡ୍‌ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର ପିଲାମାନଙ୍କ ମୁହଁରୁ ହସ୍‌ ଯେପରି କେବେ ବି ବନ୍ଦ ନହୁଏ ସେ ଦିଗପ୍ରତି ଅଭିଭାବକମାନେ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ। ସେହିଭଳି ଅନ୍ୟତମ ଅତିଥି ଭାବେ ପ୍ରଫେସର ଫରିକମୋହନ ଧଳ, ବିିଦ୍ୟାଧର ବାରିକ, ସମାଜସେବୀ କାଳୀଚରଣ ସିଂ, ଚଳଚ୍ଚିତ୍ର ନିର୍ଦେଶକ ଅବତାର ସିଂ ଓ ସିବୁଲି ତ୍ରିପାଠୀ, କେ.ସୁବୁଦ୍ଧି ରାୟ ଏବଂ ଯଦୁନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗଳ୍ପ ମାଧ୍ୟମରେ ପିଲାମାନଙ୍କୁ ଭଲ ମଣିଷ ହେବାନେଇ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଡ଼.ସୁଶାନ୍ତ ଦାସ ଓ ଅଧ୍ୟକ୍ଷା ସାଗରିକା ଦାସ ଅତିଥିମାନଙ୍କୁ ଉପହାର ପ୍ରଦାନ କରିବା ସହିତ ଧନ୍ୟବାଦ ଜଣାଇଥିଲେ। ଶେଷରେ ସ୍କୁଲ୍‌ର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ଓ ପିଲାଙ୍କ ଦ୍ୱାରା ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର