‘ରଙ୍ଗମ’ର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ‘ରଙ୍ଗମ’ର ୩୮ତମ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମୁମ୍ବାଇ ଓଡ଼ିଆ ସମାଜ ସଭାପତି ଇଂ ବିପିନ ବିହାରୀ ମିଶ୍ର, ବରିଷ୍ଠ ସାମ୍ବାଦିକ ଧୀର୍‌ ମୋହନ ରାୟ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ବିପିନ ବିହାରୀ ନାୟକ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ଓଟିଭିର ନ୍ୟୁଜ୍‌ଫ୍ୟୁଜ୍‌ କାର୍ଯ୍ୟକ୍ରମ ପ୍ରଯୋଜକ ପ୍ରସନ୍ନ ସୁବୁଦ୍ଧି, ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ ଗୁଣଗ୍ରାହୀ ସାହୁ, ଶିଳ୍ପପତି ରମାକାନ୍ତ ପ୍ରଧାନ, ଅଜୟ ମିଶ୍ର, ପୁରୀ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଜୟନ୍ତ କୁମାର ଷଡ଼ଙ୍ଗୀ, ଶିକ୍ଷାବିତ୍‌ ଗିରୀଶ ଚନ୍ଦ୍ର ମିଶ୍ର, ରଙ୍ଗମର ସାଂସ୍କୃତିକ ସଂଗଠକ ଅସିତ ମହାନ୍ତି, କୋଷାଧ୍ୟକ୍ଷ ରାଜକିଶୋର ଜେନା, ସାଧାରଣ ପରିଷଦ ସଭ୍ୟ ସଞ୍ଜୟ ସାହୁ, ହାସ୍ୟ ଅଭିନେତା ଦେବୁ ବ୍ରହ୍ମା, ସାଧାରଣ ପରିଷଦ ସଭ୍ୟ ବାଳକୃଷ୍ଣ ରାଉତ, ସେଲିବୀ ମିଶ୍ର, ରଙ୍ଗମର ସଭାନେତ୍ରୀ ମିନତି ମିଶ୍ର, ‘ଇମ୍ଫା’ର ସଞ୍ଜୀବ ଦାସ ପ୍ରମୁଖଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅଭିନେତ୍ରୀ ସାଇନି ମହାନ୍ତି ଓ ଯୋଗସାଧିକ ସୁସ୍ମିତାରାଣୀ ରାଉତଙ୍କୁ ଅନୁଷ୍ଠାନର ଶିଶୁ ମହୋତ୍ସବର ବ୍ରାଣ୍ଡ ଆମ୍ବାସଡର୍‌ ଘୋଷଣା କରାଯାଇଥିଲା। ପୂର୍ବରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସଭାପତି ସଚ୍ଚିରାଣୀ ସରାଫ୍‌, ପରୀକ୍ଷିତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର