ଚନ୍ଦ୍ରଶେଖରପୁର : ପଟିଆସ୍ଥିତ ସ୍ୱସ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ଷ୍ଟଡିଜ୍ (ଏସ୍ଆଇଏମ୍ଏସ୍ଏସ୍) ଆଜି ତା’ର ପଞ୍ଚମ ବାର୍ଷିକ ଉତ୍ସବ ହୋଟେଲ୍ ସ୍ୱସ୍ତିରେ ପାଳିତ ହୋଇଯାଇଛି। ଏହି ଅବସରରେ ଅୟୋଜିତ କାର୍ଯ୍ୟକ୍ରମର ନାମ ‘ଆତିଥ୍ୟ-୨୦୧୮’ରଖାଯାଇଥିଲା। ଅନୁଷ୍ଠାନର ସିଏମ୍ଡି ଜେକେ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ହୋଟେଲ୍ ମ୍ୟାନେଜ୍ମେଣ୍ଟ କ୍ଷେତ୍ରରେ ନିଜର କ୍ୟାରିୟର୍ କରିବା ପାଇଁ ପ୍ରୋତ୍ସାହନ କରିଥିଲେ। ସ୍ୱସ୍ତି ଗ୍ରୁପ୍ ନିର୍ଦେଶକ ଚିରଞ୍ଜୀବୀ ମହାନ୍ତି, ସୁବ୍ରତ ବାଗ୍ଚି, ଡ.ମୋନା ଶର୍ମା, ଡ.ଶ୍ରୀରାମ ଦାସ ଓ ଅସୀମା ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀଙ୍କୁ ମେଧାବୀ ପୁରସ୍କାର ମିଳିଥିଲା। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।